oom

ଓଡିଶା ପ୍ରାଥମିକ ଶିକ୍ଷକ ସଂଘର ବଲାଙ୍ଗିର ଜିଲ୍ଲାର ନୂତନ କର୍ମକର୍ତ୍ତା ନିର୍ବାଚିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡିଶା ପ୍ରାଥମିକ ଶିକ୍ଷକ ସଂଘ ନୂତନ ପେନସନ୍‌ଭୁକ୍ତ ବଲାଙ୍ଗିର ଜିଲ୍ଲା ଶାଖାର ସାଂଗଠନିକ ବୈଠକ ଜିଲ୍ଲା ସଭାପତି ହେମନ୍ତ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସଂଘ ନେତୃତ୍ୱରେ ପୁରୁଣା ପେନସନ୍‌ ଯୋଜନା ତଥା କଣ୍ଟ୍ରାଚ୍ୟୁଆଲ ପିରିଅଡକୁ ରେଗୁଲାର ଓ ୬ଟି ଇନ୍‌କ୍ରିମେଣ୍ଟ ଲାଗୁ କରିବା ପାଇଁ ଆଗାମୀ ଦିନରେ ହେବାକୁ ଯାଉଥିବା ଦୁର୍ବାର ଆନ୍ଦୋଳନକୁ ସଫଳ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ପରିଚାଳନା କମିଟିର ସଭ୍ୟ ପ୍ରଦୀପ କୁମାର ଦାଶ ତଥା ଅନ୍ୟ ଶିକ୍ଷକଙ୍କ କରୋନାରେ ଦେହାନ୍ତ ହୋଇଥିବା ଯୋଗୁଁ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ସର୍ବ ପ୍ରଥମେ ଦୁଇ ମିନିଟ୍‌ ନୀରବ ପ୍ରାର୍ଥନା କରାଯାଇଥିଲା । ଓଡିଶା ସରକାର ଓପିଏସ୍‌ ଲାଗୁ କରିବାରେ ଟାଳଟୁଳ ନୀତି ବିରୁଦ୍ଧରେ ମତ ପ୍ରକାଶ ପାଇଥିଲା । ଆଗାମୀ ସମୟରେ ଜିଲ୍ଲା ସଂଘକୁ ଆହୁରି ସୁଦୃଢ ଓ ସକ୍ରିୟ କରିବା ପାଇଁ ସର୍ବ ସମ୍ମତି କ୍ରମେ ଜିଲ୍ଲା ସଂଘ ପୁନଃଗଠନ କରାଯାଇଥିଲା । ଦେବଦତ୍ତ ମେହେର ସଭାପତି, ଅମୀୟ ନାଗ କାର୍ଯ୍ୟକାରୀ ସଭାପତି, କୈସ ରସୁଲ ଖାନ ସଂପାଦକ, ପର୍ଶୁରାମ ସୁନା, ତୁଳାରାମ ନାଏକ, ବଳଭଦ୍ର ଯୁଏଡ ଉପସଭାପତି, ଯୋଗୀନ୍ଦ୍ର ଦାଶ, ରଶ୍ମିତା ମହାନ୍ତି, ବସନ୍ତ ବୁଡେକ ସହସଂପାଦକ, ଅନିଲ ରଣା କୋଷାଧ୍ୟକ୍ଷ, ଗିରିଶ ଚନ୍ଦ୍ର ସା, ସୁଶାନ୍ତ ପଣ୍ଡା, ଦିଲୀପ ବଗର୍ତ୍ତି, ନିତ୍ୟାନନ୍ଦ ହୋତା, ଲିଙ୍ଗରାଜ ମେହେର କାର୍ଯ୍ୟକାରୀ ସଭ୍ୟ, ହେମନ୍ତ ଦାଶ, ଭରତ ମହାକୁର, ବିରଞ୍ଚି ନାରାୟଣ ଦାଶ ଉପଦେଷ୍ଟା ମଣ୍ଡଳୀ ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ । ଏହି ବୈଠକରେ ଜିଲ୍ଲାର ଶତାଧିକ ଶିକ୍ଷକ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.