pakka

ସିମିଳିପଦର ସମବାୟ ସଭାପତି ନିର୍ଦ୍ବନ୍ଦରେ ନିର୍ବାଚିତ

bbehera

ବୌଦ୍ଧ, (ମମତା ମହାକୁର) : କଣ୍ଟାମାଲ ବ୍ଲକ ସିମିଳିପଦର ସେବା ସମବାୟ ସମିତିର ସଭାପତି ଭାବେ ବିଜେଡି ଯୁବନେତା ସୁମନ୍ତ ମିଶ୍ର ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି । ପୂର୍ବରୁ ସୁମନ୍ତ ମିଶ୍ର ଓ ଅରୁଣ ମହାକୁଡ଼ ନାମାଙ୍କନ ପତ୍ର ଦାଖଲ କରିଥିଲେ ମଧ୍ୟ ଶ୍ରୀ ମହାକୁଡ଼ ଆଜି ନାମାଙ୍କନ ପତ୍ର ପ୍ରତ୍ୟାହର କରି ନେଇଥିଲେ । ଫଳରେ ଶ୍ରୀ ମିଶ୍ର ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି । ସଭାପତି ଘୋଷଣା ହେଲାପରେ ତାଙ୍କ ସମର୍ଥକ ଗଣେଷ ବସ୍ତିଆ, ବିଶ୍ଵଜିତ ବସ୍ତିଆ, ହୃଷିକେଶ ବାଙ୍କ, ଗଣେଶ୍ୱର ବସ୍ତିଆ, ରାଧାକାନ୍ତ ମହାଳିକ ପ୍ରମୁଖଙ୍କୁ ଜିଲା ଉପାଧ୍ୟକ୍ଷ ଶଙ୍କର୍ଷଣ ପ୍ରଧାନ ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଜଣାଇଥିଲେ ।

jay balangir
Leave A Reply

Your email address will not be published.

nine − 4 =

error: Content is protected !!