ମମିତା ମେହେର ହତ୍ୟାକାଣ୍ଡର ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ୧୪ ଦିନ ପାଇଁ ସର୍ତ ମୂଳକ ଇଂଟେରିମ ଜାମିନ

କଂଟାବାଂଜି, (ଗୁରୁଦୟାଲ ହଂସ) : କଳାହାଣ୍ଡି ଜିଲ୍ଲା ମହାଲିଂଗସ୍ଥିତ ସନ ସାଇନ ଇଂଗଲିଶ ମିଡିୟମ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡର କଂଟାବାଂଜି ସବ୍‌ ଜେଲରେ ଥିବା ବିଚାରାଧୀନ ଅଭିଯୁକ୍ତ ଶୁକ୍ରବାର ଦିନ ହାଇକୋର୍ଟଙ୍କ ଜାମିନ ପାଇ ୧୪ ଦିନ ପାଇଁ ଖଲାସ ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ ଗୋବିନ୍ଦ ସାହୁ ନିଜ ସ୍ତ୍ରୀ ଏବଂ ଝିଅର ସ୍ୱାସ୍ଥ୍ୟଗତ ଅସୁବିଧା ଦେଖାଇ ମାନ୍ୟବର ହାଇକୋର୍ଟଙ୍କଠାରେ ବେଲ ପିଟିସିନ ଦାଏର କରିଥିଲେ । ଏହି ବେଲକୁ ଭିତିକରି ମାନ୍ୟବାର ହାଇକୋର୍ଟ ୧୪ ଦିନ ପାଇଁ ୫ ଗୋଟି ସର୍ତ ଏବଂ ୫୦ହଜାର ଟଙ୍କାର ମୁଚଲିକା/ସାକ୍ଷୀ ବଳରେ ଜାମିନ ମଂଜୁର କରିଥିଲେ ଯାହା ଶୁକ୍ରବାର ଦିନ କଂଟାବାଂଜି ଅତିରିକ୍ତ ଜିଲ୍ଲା ଦୌରାଜଜ ହାଇକୋର୍ଟଙ୍କ ସର୍ତ ମୁତାବକ ଦୀର୍ଘ ୫ଘଂଟା ଧରି କୋର୍ଟରେ ପଚରା ଉଚୁରା ପରେ ଜାମିନ ଦେଇଛନ୍ତି । ସର୍ତ ଗୁଡିକ ମଧ୍ୟରେ ଗୋବିନ୍ଦ ସାହୁ ପ୍ରତିଦିନ ଅନୁସଂଧାନ ଅଧିକାରୀଙ୍କଠାରେ ଥରେ ହଜାର ହେବେ । ସେ ଯେକୌଣସି ସ୍ଥାନ ଏବଂ ସମୟରେ ଯେଉଁଠାକୁ ଯିବେ ଜଣାଇବେ । କୋର୍ଟଙ୍କ ବିନା ଅନୁମତିରେ ସେ କୌଣସି ସ୍ଥାନକୁ ଯାଇ ପାରିବେ ନାହିଁ । ଚାଲିଥିବା କେସ ବାବଦରେ କୌଣସି ସାକ୍ଷୀଙ୍କୁ କୌଣସି ପ୍ରକାର ପ୍ରଭାବିତ କରିପାରିବେ ନାହିଁ ଏବଂ କୌଣସି ବୈଦ୍ୟୁତିକ କିମ୍ବା ପ୍ରିଂଟ ଗଣମାଧ୍ୟମ କୌଣସି ପ୍ରକାର ମତାମତ ଦେଇ ପାରିବେ ନାହିଁ ଏପରିକି ତାଙ୍କର ଥିବା ପାସପୋର୍ଟ ଜମା କରିବେ ଯଦି ନ ଥାଏ ତେବେ ଏ ବାବଦରେ ଏକ ଘୋଷଣାନାମା ଦେବେ ବୋଲି ଦର୍ଶାଯାଇଛି । ଆଜି ସଂଧ୍ୟାରେ କଂଟାବାଂଜି ଜେଲରୁ ଜାମିନ ପାଇ ତାଙ୍କ ଓକିଲ ଏବଂ ସଂପର୍କୀୟଙ୍କ ସହ ନିଜ ଗାଁକୁ ଯାଇଥିବା ଦେଖିବାକୁ ମିଳିଛି । ମାନ୍ୟବର କଂଟାବାଂଜି ଏଡିଜେ ସାକ୍ଷୀମାନଙ୍କ ବୟାନ ଏବଂ ହାଇକୋର୍ଟଙ୍କ ସର୍ତ ଅନୁସାରେ ୧୪ ଦିନ ପାଇଁ ଜାମିନ ଦେଇଥିବା ଗୋବିନ୍ଦ ସାହୁଙ୍କ ଓକିଲ ଏବଂ କଂଟାବାଂଜି ସରକାରୀ ଓକିଲ ପ୍ରମୋଦ କୁମାର ପାଣିଗ୍ରାହୀ କହିଛନ୍ତି ।

Leave A Reply

Your email address will not be published.

2 × 3 =