pakka

ଏକତା ଗୃପର ସାଂସ୍କୃତିକ କାର୍ଯ୍ୟକ୍ରମ ଓ ବନ୍ଧୁ ମିଳନ

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ଏକତା ଗୃପର ସାଂସ୍କୃତିକ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଝିରପାଣି ସ୍ଥିତ ସାଇନିଂ କ୍ଲବଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ବସୁମତୀ ମହାନ୍ତିଙ୍କ ସଭାପତିତ୍ୱ ଓ ସଂପାଦକ ଗୌରୀ କୁମ୍ଭାରଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଓ ସାମ୍ବାଦିକ ତଥା କବି କୁଞ୍ଜବିହାରୀ ରାଉତ ଅତିଥି ଭାବେ ଯୋଗ ଦେଇଥିଲେ । ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ କହିଲେ ଯେ, ଏକତା ଗୃପ ଅଳ୍ପ ଦିନ ମଧ୍ୟରେ ନିଜର ସାମାଜିକ ଓ ସାଂସ୍କୃତିକ ପ୍ରତିବଦ୍ଧତା ପାଇଁ ତଥା ମହିଳାଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ଗୁଣକୁ ବିକଶିତ କରି ସହରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ଏହି ଅବସରରେ ଗୃପର ସଭାପତି ବସୁମତୀ ମହାନ୍ତି ଓ ମୋହନ କୁମାର ମହାନ୍ତିଙ୍କ ବିବାହ ବାର୍ଷିକୀ ଉପଲକ୍ଷେ ଅତିଥିଙ୍କ ତରଫରୁ ଉପଢୌକନ ଓ ପୁଷ୍ପଗୁଚ୍ଛ ଦିଆଯାଇଥିଲା । ଏହି ଅବସରରେ ଗୃପର ସଦସ୍ୟମାନେ ନୃତ୍ୟ ଗୀତରେ ସାମିଲ୍ ହେବା ସହ ସ୍ଵାଦିଷ୍ଟ ଭୋଜନରେ ଅପ୍ୟାୟିତ ହୋଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଉପଦେଷ୍ଟା ଶର୍ମିଲା ରାଜଗୁରୁ, ରୀତା ସାମଲ, ନମିତା ରାଉତ, ସୁରେନ୍ଦ୍ର ପତ୍ରୀ, ଶାନ୍ତିଲତା ବେହେରା, ଅସ୍ମିତା ମହାନ୍ତି, ସ୍ୱର୍ଣ୍ଣ ବିଶୋଇ, କନିଷ୍ଠ ବିଭାଗର ସଭାପତି ସୁଶ୍ରୀ ବିଶାଖା ମହାନ୍ତି, ରାହୁଲ ମହାନ୍ତି, ଅନୀତା, ସୁଷମା, ସୁଚିସ୍ମିତା, ବାସୁଦେବ, ନିତାଞ୍ଜଳି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ସଭାପତି ଶ୍ରୀମତୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

twenty − ten =

error: Content is protected !!