pakka

ଗୋଲାମୁଣ୍ଡା ଗାଁରେ ୧୩ ବର୍ଷରୁ ଅଧିକ ହେବ ଘର ପିଣ୍ଡାରେ ଚାଳିଛି ଅଙ୍ଗନୱାଡି କେନ୍ଦ୍ର

bbehera

ପାଟଣାଗଡ଼, (ଗୋରେଖନାଥ ବରିହା) : ସରକାର କୋମଳମତି ଶିଶୁମାନଙ୍କ ଶିକ୍ଷାର ବିକାଶ ତଥା ତାଙ୍କ ବୌଦ୍ଧିକ ଶୈକ୍ଷିକ ପ୍ରଶିକ୍ଷଣ ପାଇଁ ପ୍ରତ୍ୟେକ ଗାଁରେ ଅଙ୍ଗନୱାଡି ଖୋଲିଛନ୍ତି । ହେଲେ କେଉଁଠି ଅଙ୍ଗନୱାଡି କେନ୍ଦ୍ର ଥିଲେ ମଧ୍ୟ ଦୁର୍ଦ୍ଦଶା ଭୋଗୁଛନ୍ତି କୋମଳମତି ଶିଶୁ ତ କେଉଁଠି ଅଙ୍ଗନୱାଡି କେନ୍ଦ୍ରଟିଏ ନାହିଁ । କେବେ ଗଛ ମୂଳେ ତ ଆଉ କେବେ କାହା ପିଣ୍ଡାରେ ଚାଲିଛି ପାଠପଢ଼ା । ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ତାହା ଉପଯୁକ୍ତ କାର୍ଯ୍ୟରେ ଲାଗି ପାରୁନାହିଁ । ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଖପ୍ରାଖୋଲ ବ୍ଲକ ମହରାପଦର ପଞ୍ଚାୟତ ଗୋଲାମୁଣ୍ଡା ଗ୍ରାମରେ ଛୋଟ ଛୋଟ କୋମଳ ଶିଶୁମାନଙ୍କ ଭବିଷ୍ୟତ ଗଡ଼ା ହେଉଛି ପିଣ୍ଡାରେ । ଲୋକେ ନିଜ ଶିଶୁକୁ ଅଙ୍ଗନୱାଡି କେନ୍ଦ୍ରକୁ ଛାଡ଼ିବା ପାଇଁ ନାରାଜ ହେଉଛି । ଯାହା ଦ୍ୱାରା ୧୬ଜଣ ଶିଶୁକୁ ନେଇ ଚାଲିଛି କେନ୍ଦ୍ର । ଏନେଇ ଅଙ୍ଗନୱାଡି କର୍ମୀ ପ୍ରତିମା ବରିହା କହିବା ଅନୁଯାୟୀ ଗ୍ରାମରେ ଅଙ୍ଗନୱାଡି କେନ୍ଦ୍ର ନିର୍ମାଣ ସମ୍ପୂର୍ଣ୍ଣ ହୋଇ ଦୀର୍ଘ ୪ ବର୍ଷ ବିତିଯାଇଥିଲେ ମଧ୍ୟ ଗ୍ରାମର ଜଣେ ବ୍ୟକ୍ତି ଅଙ୍ଗନୱାଡି କେନ୍ଦ୍ରକୁ ଅଧିକାର କରିନେଇ ଥିବା ଯୋଗୁଁ ବର୍ତ୍ତମାନ ବାଧ୍ୟ ହୋଇ ଅଙ୍ଗନୱାଡି କର୍ମୀ ୨୦୦୯ରୁ ନିଯୁକ୍ତି ପାଇ ଥିବା ଦିନରୁ ନିଜସ୍ୱ ଘର ପିଣ୍ଡାରେ ଅଙ୍ଗନୱାଡି କେନ୍ଦ୍ର ଦୀର୍ଘ ୧୩ ବର୍ଷ ଧରି ଚଳାଇ ଆସୁଛନ୍ତି ବୋଲି କହିଛନ୍ତି । ବର୍ତ୍ତମାନ ବର୍ଷା ସମୟରେ ଶିଶୁମାନଙ୍କ ପାଠପଢା ବହୁତ ଅସୁବିଧା ହେଉଛି ବୋଲି ପ୍ରତିକ୍ରିୟା ଦେଇଥିଲେ ଅଙ୍ଗନବାଡି କର୍ମୀ ଓ ଅଭିଭାବକ ଓ ଗ୍ରାମବାସୀମାନେ । ଏନେଇ ଗ୍ରାମବାସୀ ସମାଧାନ କଲେ ସମାଧାନ ହୋଇପାରିନାହିଁ ବୋଲି କହିଛନ୍ତି ‌। ଏଥିପ୍ରତି ବ୍ଲକ ପ୍ରଶାସନ ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବୀ କରିଛନ୍ତି ।

jay balangir
Leave A Reply

Your email address will not be published.

5 × 1 =

error: Content is protected !!