ଦେଓଗାଁ ବ୍ଲକର ୧୧ଟି ପେକ୍ସ ନିର୍ବାଚନ ଶେଷ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକରେ ଥିବା ୧୨ଟି ପେକ୍ସ ମଧ୍ୟରୁ ଜରାସିଂହା ପେକ୍ସରେ ବିଭିନ୍ନ କାରଣରୁ ନିର୍ବାଚନ ବନ୍ଦ ହୋଇଥିବା ବେଳେ କୁତୁର୍ଲା, ବଡ଼ବନ୍ଧ, ସାରସମାଲ, ଧଣ୍ଡାମାଲ, ଉପରଝର, ମହଲାଇ, ଗୌଡ଼ଗୋଠ ଓ ଅର୍ଜୁନପୁରରେ ପେକ୍ସରେ ନିଦ୍ୱର୍ନ୍ଦରେ ସଭାପତି ନିର୍ବାଚିତ ହୋଇଥିବା ବେଳେ ଦେଓଗାଁ, ବନ୍ଧପଡ଼ା, ରାମଚନ୍ଦ୍ରପୁର ପେକ୍ସରେ ନିର୍ବାଚନ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ହୋଇଥିବା ପ୍ରାର୍ଥୀପତ୍ର ଦାଖଲରେ କୁତୁର୍ଲା ପେକ୍ସରେ ନୀଳାମ୍ବର ପାଣିଗ୍ରାହୀ, ବଡ଼ବନ୍ଧ ପେକ୍ସରେ ସୁଶିଲ ଚାନ୍ଦ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି । ସାରସମାଲ ପେକ୍ସ ସଭାପତି ଗୋପିନାଥ ବାଗ, ଦେଓଗାଁ ବ୍ଲକ ଅଧ୍ୟକ୍ଷ ଦୟାନିଧୀ ଖମାରୀ ପୁଣିଥରେ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି । ବନ୍ଧପଡ଼ା ପେକ୍ସର ସଭାପତି ଭାବେ ଚିମନ ପଧାନ ୧୨/୩ ଭୋଟରେ ବିଜୟ ଲାଭ କରିଥିବା ବେଳେ ରାମଚନ୍ଦ୍ରପୁର ପେକ୍ସ ସଭାପତି ଧର୍ମଗୁଳାରେ ସଭାପତି ଭାବେ ଶୁକୃ ଛତ୍ରିଆ ବିଜୟ ଲାଭ କରିଥିବା ଜଣାପଡ଼ିଛି । ସେହିପରି ଦେଓଗାଁ ପେକ୍ସ ସଭାପତି ଭାବେ ଦେଓଗାଁ ବ୍ଲକ ଯୁବ ବିଜେଡ଼ି ସଭାପତି ଶୈଲେନ୍ଦ୍ର ସାହୁ ୮/୭ ଭୋଟରେ ବିଜୟ ଲାଭ କରିଥିବା ବେଳେ ଉପରଝରରେ କପିଲେଶ୍ୱର ନାଏକ, ମହଲାଇ ଦେବରାଜ ସାହୁ, ଅର୍ଜୁନପୁର ଅରୁଣ ସୁନା ଓ ଗୌଡ଼ଗୋଠ ପେକ୍ସ ସଭାପତି ଭାବେ ଟିକେଲାଲ ରଣା ପ୍ରମୁଖ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.

three × 1 =