pakka

ଯଶୋବନ୍ତି ବଘାରଙ୍କ ପାଇଁ ନରସିଂହଙ୍କ ନିର୍ବାଚନ ପ୍ରଚାର

bbehera
  • ନାରୀ ସଶକ୍ତିକରଣ ପାଇଁ କଂଗ୍ରେସ ସପକ୍ଷରେ ଭୋଟ କରନ୍ତୁ ଜନତା : ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜଣେ ନାରୀ ସଶକ୍ତ ହେଲେ ତାର ଉଭୟ ପରିବାରକୁ ବଳ ମିଳେ, ଏହା ସର୍ବବିଦିତ । ଝିଅ, ଭଉଣୀ, ମା’, ବୋହୁ, ଶାଶୁ ଆଦି ସବୁ ରୂପରେ ଜଣେ ନାରୀ ତାର ପରିବାର ଓ ପରିଚିତଙ୍କ ମଙ୍ଗଳ ପାଇଁ ଆଜିବନ ଚେଷ୍ଟାରତ ରୁହେ । ସେଥିପାଇଁ ଆବାହମାନକାଳରୁ ନାରୀଙ୍କୁ ଜଗତମାତା, ଶିକ୍ଷା ଦାତ୍ରୀ, ଶକ୍ତି ସ୍ୱରୁପା ଆଦି ଆଖ୍ୟା ଦିଆଯାଇଛି । ଯାହା ସେହି ସମୟରୁ ଆମ ସମାଜରେ ନାରୀର ସମ୍ମାନ ମହତ୍ୱ ପ୍ରମାଣ କରୁଛି । କିନ୍ତୁ ମା’କୁ ସମ୍ମାନ ଓ ବେଟି ବଚାଓ ନାରା ଦେଇ ଗାଦି ହାତେଇ ଥିବା ଉଭୟ ସରକାରୀ ଦଳ ନାରୀଙ୍କୁ ସେହି ସମ୍ମାନ ଓ ମର୍ଯ୍ୟାଦା ଦେବା ତ ଦୁରେ ଥାଉ ସେମାନଙ୍କୁ ଶିକ୍ଷିତ ଓ ସୁରକ୍ଷିତ କରିବାରେ ମଧ୍ୟ ଫେଲ୍‌ ମାରିଛନ୍ତି । ବିଗତ ଦିନର ଅନେକ ବହୁ ଚର୍ଚ୍ଚିତ ଘଟଣା ନାରୀଙ୍କ ପାଇଁ ସେମାନଙ୍କ ବିଚାର ଜନମାନସରେ ସ୍ପଷ୍ଟ ହୋଇଛି । ତେବେ ନିର୍ବାଚିତ ସରକାର ଓ ନେତାମାନେ ଯେତେବେଳେ ନାରୀ ଅତ୍ୟାଚାରରେ ସାମିଲ ହେବେ, ଦୋଷିଙ୍କ ପ୍ରତି ଆଖି ବୁଜି ଦେବେ ସେତେବେଳେ ନାରୀ ଜାତିଙ୍କୁ ହିଁ ଏମାନଙ୍କ ସର୍ବନାଶ କରିବାକୁ ହେବ । ତେବେ ଏହି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ନାରୀ ଜାତିଙ୍କ ଉପରେ ହୋଇଥିବା ଅକଥନିୟ ଅତ୍ୟାଚାରର ଜବାବ ଦେବାର ସଠିକ ସମୟ । ଅଂଚଳରେ ନାରୀ ସଶକ୍ତିକରଣ ପାଇଁ ନାରୀ ଜାତି ଏକ ହୋଇ ଜଣେ ଦକ୍ଷ ନାରୀ ସପକ୍ଷରେ, କଂଗ୍ରେସ ସପକ୍ଷରେ ଜନାଦେଶ ଦିଅନ୍ତୁ ବୋଲି ଆଜି ଜୋନ ନଂ ୨୨ କଂଗ୍ରେସ ନେତ୍ରୀ ଯଶୋବନ୍ତି ବଘାରଙ୍କ ପାଇଁ ସଦର ବ୍ଲକ ହର୍ଡାଟାଲଠାରେ ନିର୍ବାଚନ ପ୍ରଚାର ସମୟରେ ଜନତାଙ୍କୁ ଆହ୍ୱାନ କରିଛନ୍ତି । ସେ ଆହୁରି କହିଛନ୍ତି ଯେ, ବିଗତ ଦିନରେ ସାରା ଦେଶରେ ନାରୀ ନିର୍ଯ୍ୟାତନା ବଢିଛି । ନାରୀ ସପକ୍ଷରେ ମିଛ ନାରା ଦେଉଥିବା କେନ୍ଦ୍ରର ବିଜେପି ସରକାର ବିଭିନ୍ନ ଘଟଣାରେ ନିଜ ନେତାଙ୍କୁ ଘଣ୍ଟ ଘୋଡାଇବାର ପ୍ରାୟାସ କରି ବିଫଳ ହୋଇଛି । ଠିକ୍‌ ସେହିପରି ନାରୀ ନିର୍ଯ୍ୟାତନାରେ ଆମ ରାଜ୍ୟ ଓଡିଶା ସାରା ଦେଶ ଦ୍ୱିତୀୟ ସ୍ଥାନରେ ଥିବା ବେଳେ ଜନସଂଖ୍ୟା ଅନୁପାତରେ ଦେଶର ସ୍ଥାନ ପ୍ରଥମ ରହିଛି । ରାଜ୍ୟର ବିଜେଡି ସରକାରଙ୍କ କାର୍ଯ୍ୟକଳାପ ମଧ୍ୟ ତଦ୍ରୁପ ରହିଛି । ସଦ୍ୟ ଘଟିିଥିବା ମମିତା ହତ୍ୟାକାଣ୍ଡ ହେଉ କି ଦୀର୍ଘ ଆଠ ବର୍ଷ ହେବ ଚାର୍ଜସିଟ ଦାଖଲ ହୋଇନଥିବା ସ୍ନେହଲତା ଘଟଣା ଏମାନଙ୍କ କଦର୍ଯ୍ୟ ମାନସିକତା ସ୍ପଷ୍ଟ କରିଛି । ଏଣୁ, ନାରୀ ଜାତି ଆଗେଇ ଆସି ଏଥର ନିର୍ବାଚନରେ ଦେଶ, ଜାତି ଓ ଅଂଚଳ ଉନ୍ନତି ପାଇଁ କଂଗ୍ରେସ ଦଳ ସପକ୍ଷରେ ଜନାଦେଶ କରନ୍ତୁ । ନାରୀ ଜାତି ଶିକ୍ଷିତ ଓ ସଶକ୍ତ ହେବାରେ ଭଗିଦାର ହୁଅନ୍ତୁ ବୋଲି ଶ୍ରୀ ମିଶ୍ର ଜନତାଙ୍କୁ ସଚେତନ କରିଛନ୍ତି ।

jay balangir
Leave A Reply

Your email address will not be published.

9 + 20 =