pakka

ନିର୍ବାଚନ ପର୍ଯ୍ୟବେକ୍ଷକ ଓ ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କ ବୈଠକ ଅନୁଷ୍ଠିତ

kalikesh
  • ମୁକ୍ତ, ଅବାଧ ନିରପେକ୍ଷ ଏବଂ କୋଭିଡ଼୍‌ଯୁକ୍ତ ନିର୍ବାଚନ ପରିଚାଳନା ଉପରେ କମିଶନର ଗୁରୁତ୍ୱ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ମାଚନ ୨୦୨୨ ପରିପ୍ରେକ୍ଷୀରେ ଆଜି ବିଭିନ୍ନ ଜିଲ୍ଲା ଲାଗି ନିଯୁକ୍ତ ନିର୍ବାଚନ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ନିର୍ବାଚନ କମିଶନର ଶ୍ରୀ ପାଢ଼ୀ ସଂପ୍ରତି କୋଭିଡ଼୍‌ ପରିସ୍ଥିତିରେ ଏକ ସୁରକ୍ଷିତ, ମୁକ୍ତ, ଅବାଧ ଏବଂ ନିରପେକ୍ଷ ନିର୍ବାଚନ ଉପରେ ଗୁରୁତ୍ୱ ଦେଇଥିଲେ । ନିର୍ବାଚନ ସମୟରେ ନିର୍ବାଚନ ପର୍ଯ୍ୟବେକ୍ଷକମାନେ କମିଶନରଙ୍କ ଆଖି ଓ କାନ ଭାବେ ସଂପୂର୍ଣ୍ଣ ରାଜ୍ୟରେ ତୀକ୍ଷ୍ମ ନଜର ରଖିବେ ଏବଂ ନିୟମିତ ଅନ୍ତରରେ ରାଜ୍ୟ ନିର୍ବାଚନ କମିଶନରଙ୍କୁ ରିପୋର୍ଟ ପ୍ରଦାନ କରିବେ । ଜିଲ୍ଲାରେ ନିର୍ବାଚନ ଆଚରଣବିଧିର ସଠିକ ପାଳନ ହେଉଛି କି ନାହିଁ ସେ ଉପରେ ପର୍ଯ୍ୟବେକ୍ଷକମାନେ ଦୃଷ୍ଟି ରଖିବେ । ଚଳିତ ନିର୍ବାଚନରେ ଯେକୌଣସି ପ୍ରକାର ରାଲିକୁ ନିଷେଧ କରାଯାଇଥିବାବେଳେ ଏଥି ପ୍ରତି ପର୍ଯ୍ୟବେକ୍ଷକମାନେ ସଜାଗ ରହିବେ । ଚଳିତ ନିର୍ବାଚନରେ ଭୋଟଗଣତି ବୁଥ ବଦଳରେ ବ୍ଲକ୍‌ ମୁଖ୍ୟାଳୟରେ ହେବ । ନିର୍ବାଚନ ପର୍ଯ୍ୟବେକ୍ଷକମାନେ ନିର୍ବାଚନ କମିଶନର ଏବଂ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ମଧ୍ୟରେ ଯୋଗସୂତ୍ର ରକ୍ଷାକରି କାର୍ଯ୍ୟ କରିବାକୁ କମିଶନର ନିର୍ବାଚନ ପର୍ଯ୍ୟବେକ୍ଷକମାନଙ୍କୁ ପରାମର୍ଶ ଦେଇଥିଲେ ।

ସେହିପରି ଖର୍ଚ୍ଚ ପର୍ଯ୍ୟବେକ୍ଷକମାନେ ପ୍ରାର୍ଥୀ ଏବଂ ରାଜନୈତିକ ଦଳମାନଙ୍କ ଖର୍ଚ୍ଚ, ନିର୍ବାଚନରେ ବ୍ୟବହୃତ ଯାନ ଆଦି ତଦାରଖ କରିବା ସହ ନିୟମିତ ଖର୍ଚ୍ଚ ତାଲିକାକୁ ଯାଞ୍ଚ କରିବା ପାଇଁ କମିଶନର ପରାମର୍ଶ ଦେଇଥିଲେ । ଯଦି କୌଣସି ପ୍ରାର୍ଥୀ ଧାର୍ଯ୍ୟ ଖର୍ଚ୍ଚଠାରୁ ଅଧିକ ଖର୍ଚ୍ଚ କରିଥିବା ନଜରକୁ ଆସେ ତେବେ ଏ ସଂପର୍କରେ ତୁରନ୍ତ କମିଶନରଙ୍କ ନଜରକୁ ଆଣିବା କମିଶନର ପରାମର୍ଶ ଦେଇଥିଲେ । ଖର୍ଚ୍ଚ ପର୍ଯ୍ୟବେକ୍ଷକମାନେ ନିୟମିତ ନିର୍ବାଚନ ପର୍ଯ୍ୟବେକ୍ଷକ ଏବଂ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ସହ ଯୋଗସୂତ୍ରରେ ରହି କମିଶନରଙ୍କ ପ୍ରତିନିଧି ଭାବେ କାର୍ଯ୍ୟକରିବେ । ପର୍ଯ୍ୟବେକ୍ଷକମାନେ କମିଶନରଙ୍କ ବିନା ଅନୁମତିରେ ଛୁଟିରେ ରହିପାରିବେ ନାହିଁ କିମ୍ବା ଅନ୍ୟ କୌଣସି ସରକାରୀ କିମ୍ବା ବିଦେଶ ଗସ୍ତ କରିପାରିବେ ନାହିଁ । ଏଥି ସହିତ ଖର୍ଚ୍ଚ ପର୍ଯ୍ୟବେକ୍ଷକମାନଙ୍କୁ ପରାମର୍ଶ ଦେଇଥିଲେ । ଏଠାରେ ସୂଚନାଯୋଗ୍ୟ କି ରାଜ୍ୟ ନିର୍ବାଚନ କମିଶନର ୩୦ ଜିଲ୍ଲା ନିମନ୍ତେ ୩୮ ଜଣ ନିର୍ବାଚନ ପର୍ଯ୍ୟବେକ୍ଷକ ଏବଂ ୩୪ ଜଣ ଖର୍ଚ୍ଚ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛନ୍ତି ।

pp
Leave A Reply

Your email address will not be published.

twenty + 12 =