pakka

ଜିଲ୍ଲା ପରିଷଦ ଆସନ ହାତେଇବାକୁ ରାଜନୀତିକ ଦଳଙ୍କ ମଧ୍ୟରେ ବଳ କଷାକଷି ଆରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଜିଲ୍ଲା ପରିଷଦ ଆସନ ହାତେଇବାକୁ ରାଜନୀତିକ ଦଳଙ୍କ ମଧ୍ୟରେ ବଳ କଷାକଷି ଆରମ୍ଭ ହୋଇଯାଇଛି । ଆଲୋଚନା, ପର୍ଯ୍ୟାଲୋଚନା ତଥା ସର୍‌ଗରମ୍‌ ଚର୍ଚ୍ଚା ଏବେ ରାଜନୀତି ମଇଦାନ୍‌ରେ ଘାଇଁ ଘାଇଁ ଘୂରି ବୁଲୁଛି । ଗତ ଥର ଜିଲ୍ଲା ପରିଷଦ ଆସନ ବିଜେପି ହାତରେ ରହିଥିବା ବେଳେ ପୁଣି ଏଥର ବିଜେପି ଆସନ ସାଉଁଟିବାକୁ ଅଂଟା ଭିଡ଼ୁଛି । ଅନ୍ୟପକ୍ଷରେ ବିଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ବଳିଷ୍ଠ ପ୍ରଭାବ ଯୋଗୁଁ କଂଗ୍ରେସ ପ୍ରାର୍ଥୀମାନେ ମଧ୍ୟ ଆଶା ରଖିଛନ୍ତି ଆସନ ପାଇଁ । ଶାସକ ଦଳ ବିଜେଡ଼ିର କର୍ମୀମାନେ ବି ଏହି ଦୌଡ଼ରେ ପଛରେ ନାହାନ୍ତି । ବିଜେଡ଼ିର ମଧ୍ୟ ବିଶେଷ ନିଘା ରହୁଛି ଜିଲ୍ଲା ପରିଷଦ ଆସନ ଉପରେ । ତେବେ ଚଳିତ ନିର୍ବାଚନରେ ଜିଲ୍ଲା ପରିଷଦ ଆସନ ହାତେଇବାକୁ ନେଇ ବେଶ୍‌ ବଳିଷ୍ଠ ବଳ କଷାକଷି ଦେଖିବାକୁ ମିଳିବ ବୋଲି ସାଧାରଣରେ ଚର୍ଚ୍ଚା ଜୋର୍‌ ଧରିଛି । ଦେଖାଯାଉ, କେଉଁ ଦଳ ଉପରେ ହାତୀ ସୁନା କଳସ ଢାଳୁଛି ।

Leave A Reply

Your email address will not be published.

2 + 15 =