pakka

ସରପଞ୍ଚ ପଦବୀ ନିଲାମ୍‌କୁ ନେଇ ଚର୍ଚ୍ଚା : ତଦନ୍ତ ପାଇଁ ଅଂଟା ଭିଡ଼ିଛି ପ୍ରଶାସନ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ସରପଞ୍ଚ ପଦବୀ ନିଲାମ୍‌କୁ ନେଇ ଗାଁରୁ ସହର ଯାଏଁ ଚର୍ଚ୍ଚା ଜୋର୍‌ ଧରିଥିବା ବେଳେ ତଦନ୍ତ ପାଇଁ ପ୍ରଶାସନ ଅଂଟା ଭିଡ଼ିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ପୁଇଁନ୍ତଲା ବ୍ଲକ୍‌ ବିଲେଇସର୍ଡା ପଞ୍ଚାୟତରେ ଏକ ବିଚିତ୍ର ଘଟଣା ସାମ୍ନାକୁ ଆସିଛି । ସ୍ଥାନୀୟ ଲୋକେ ଆଲୋଚନା କରି ସରପଞ୍ଚ ମନୋନୀତି କରିଥିବା ବେଳେ ନିର୍ବାଚନ ପାଇଁ ହେବାକୁ ଥିବା ଖର୍ଚ୍ଚ ଆଶାୟୀ ସରପଞ୍ଚ ସ୍ଥାନୀୟ ଜଗନ୍ନାଥ ମଂଦିରକୁ ଦେବେ ବୋଲି ସର୍ତ୍ତ ରଖାଯାଇଥିବା ସୂଚନା ମିଳିଛି । ସବୁଠାରୁ ବଡ଼ କଥା ହେଲା, ସେ ମନ୍ଦିରକୁ କେତେ ଦାନ କରିବେ… ସେଥିରେ ଏବେ ଟାଳଟୁଳ ଅବସ୍ଥା ଘେରି ରହିଛି । ଏହି ଦାନ ଅର୍ଥ ରାଶି ୪୪ ଲକ୍ଷ ବୋଲି ଗୋଟିଏ ପଟେ ଆଲୋଚନ ହେଉଥିବା ବେଳେ ଅନ୍ୟ ପଟେ ୪୪ ହଜାର ବୋଲି ମଧ୍ୟ କୁହାଯାଉଛି । ତେବେ ୪ ଜଣ ପ୍ରତିଦ୍ୱନ୍ଦୀଙ୍କ ମଧ୍ୟରୁ ସୁଶାନ୍ତ ଛତ୍ରିଆ ନାମକ ଜଣେ ବ୍ୟକ୍ତିଙ୍କୁ ଏଠାରେ ସରପଞ୍ଚ ଭାବରେ ମନୋନୀତି କରାଯାଇଥିବା କୁହାଯାଉଛି । ସେ ଯାହା ବି ହେଉ, ଏଥିରେ ନିର୍ବାଚନ ଗାଇଡ୍‌ ଲାଇନ୍‌ର ଉଲଂଘନ ହୋଇଛି କି ନାହିଁ, ଏହାର ତଦନ୍ତ ପାଇଁ ଅଂଟା ଭିଡ଼ିଛି ଜିଲ୍ଲା ପ୍ରଶାସନ । ରାଜ୍ୟ ନିର୍ବାଚନ କମିଶନ ମଧ୍ୟ ଏହି ଘଟଣାରେ ଜିଲ୍ଲା ପ୍ରଶାସନଙ୍କୁ ରିପୋର୍ଟ ମାଗିଛନ୍ତି ।

Leave A Reply

Your email address will not be published.

13 + 15 =