pakka

ସିନାପାଲି ବ୍ଲକ ଅଧ୍ୟକ୍ଷା କଂଗ୍ରେସରେ ସାମିଲ : କଂଗ୍ରେସର ମନୋବଳ ସୁଦୃଢ଼ ହେବ – ବିଧାୟକ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅଧ୍ୟକ୍ଷା ତପସ୍ଵିନୀ ମାଝି ଆଜି ବିଧି ବଦ୍ଧ ଭାବରେ ଖଡିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀଙ୍କ ଉପସ୍ଥିତିରେ କଂଗ୍ରେସ ଦଳରେ ସାମିଲ ହୋଇଛନ୍ତି । ଏନେଇ ଆଜି ସିନାପାଲି ବ୍ଲକ କଂଗ୍ରେସ କାର୍ଯ୍ୟାଳୟରେ ସାମ୍ୱାଦିକ ସମ୍ବିଳନୀରେ ଉପସ୍ଥିତ ରହି ସୂଚନା ଦେଇଛନ୍ତି । ଏପରିକି ଆଜିର ଏହି ନିର୍ବାଚନୀ ସଭାରେ ୧୨ ନମ୍ବର ଜୋନ ଜିଲ୍ଲାପରିଷଦ ସଦସ୍ୟ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି । ଶ୍ରୀମତୀ ମାଝୀ ଜଣେ ଆଦିବାସୀ ମହିଳା ହୋଇଥିବା ବେଳେ ସରକାର ପଛୁଆ ବର୍ଗ ଓ ଆଦିବାସୀମାନଙ୍କୁ ଉପେକ୍ଷା କରିଛନ୍ତି । ସରକାରୀ ଦଳରେ ରହି ମଧ୍ୟ ଧକ୍କା ଦେଇ ମୋତେ ଉପେକ୍ଷା କରାଯାଇଛି । ଏଥିପାଇଁ କଂଗ୍ରେସ ଦଳର ତ୍ୟାଗ ମନୋଭାବ, ଦଳର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ କଂଗ୍ରେସ ରେ ସାମିଲ ହୋଇଥିବା ଶ୍ରୀମତୀ ମାଝି ପ୍ରକାଶ କରିଛନ୍ତି । ଆଜିର ଏହି ମନ୍ଥନ ବୈଠକରେ ବିଧାୟକ ସମେତ ସିନାପାଲି ବ୍ଲକ କଂଗ୍ରେସ ସଭାପତି ଜୟପାଲ ନାଗ, ସିନାପାଲି ବ୍ଲକ ଉପାଧ୍ୟକ୍ଷ କିଶୋର କୁମାର, ଜିଲ୍ଲାପରିଷଦ ସଦସ୍ୟ ଗିରିରାଜ ମାଝି, ପୂର୍ବତନ ସଭାପତି ଗୋଦାବରୀଶ ନାଏକ, ଖଗେଶ୍ୱର ସା, କପିଳେନ୍ଦ୍ର ଭୋଇ, ମହମ୍ମଦ ଅଫତାଭ, କେଦାର ସୁନାନି, ମେଘନାଦ ଖର୍ସେଲ ପ୍ରମୁଖ ମଞ୍ଚାସୀନ ରହିଥିଲେ । ଏଥିରେ ଅମ୍ବିକା କଶ୍ୟପ, ଗୌରୀ ହରପାଳ, ଧନସିଂ ମାଝି, ଗଙ୍ଗା କୁମାରୀ ମାଝି, ଦୁର୍ଯ୍ୟୋଧନ ମାଝି, ସମେତ ଅନେକ କଂଗ୍ରେସରେ ଯୋଗଦାନ କରିଥିଲେ । ଏହି ସଭାରେ କିଶୋର ନାଗ, ଗଣେଶ ନାଏକ, ଦୁଧନାଥ ବାଗ, ହିରାଧର ମେହେର, ଲକ୍ଷ୍ମୀକାନ୍ତ ହଂସ, ଗଜେନ୍ଦ୍ର ନିଆଲା, ସନ୍ତୋଷ ଜଗତ, ବେଣୁଧର ଦୀପ, ତ୍ରିନାଥ ମେହେର, ନନ୍ଦଳାଳ ବାଗ, ଦେବ ସିଂ ନାଏକ ସମେତ ଅନେକ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

eleven − 5 =