
ରାଉରକେଲା, (ସସ୍ମିତା ପ୍ରଧାନ) : କେଟେରର୍ସ ଆଣ୍ଡ ଡେକୋରେଟର ଓନର ୱେଲଫେୟାର ଆସୋସିଏସନର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ସେକ୍ଟର ୬ ଶାରଳା ମନ୍ଦିର ଠାରେ ଆୟୋଜିତ ଅନୁଷ୍ଠାନର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ନିର୍ବାଚନ କରାଯାଇଥିଲା । ଏଥିରେ ସର୍ବସମ୍ମତି କ୍ରମେ ସଭାପତି ଭାବେ ଆର୍ତ୍ତଭଞ୍ଜନ ମଲ୍ଲିକ, କାର୍ଯ୍ୟକାରୀ ସଭାପତି ଭାବେ ରାଜପାଲ ସିଂ, ଉପସଭାପତି ଭାବେ ଶୁଭାଶିଷ ବଳ, ସମ୍ପାଦକ ଭାବେ ତନ୍ମୟ କୁମାର ଷଡଙ୍ଗୀ, ସହ ସମ୍ପାଦକ ଭାବେ ଟି. ପ୍ରକାଶ ରାଓ, ବାଣେଶ୍ୱର ପ୍ରସାଦ, ରାମଚନ୍ଦ୍ର ଦାସ, କୋଷାଧ୍ୟକ୍ଷ ଋପେ ହରିପଦ ମାଇତି, ସହ କୋଷାଧ୍ୟକ୍ଷ ରୂପେ ସରୋଜ କୁମାର ନନ୍ଦ, ଉପଦେଷ୍ଟା ଭାବେ ବିନ୍ନି କୁମାର ସିଂ, ଦୁର୍ଯ୍ୟୋଧନ ବେହେରା, ଗୋପୀ ପ୍ରଧାନ, ରବି ନାରାୟଣ ମହାରଣା ଓ ଲୋକସମ୍ପର୍କରେ ବାବୁଲି ପାଣିଗ୍ରାହୀ, ଝିରପାଣିର ସୀମା ଟେଣ୍ଟ ଓ ଛେଣ୍ଡର ଗୁଗୁ ଟେଣ୍ଟକୁ ଚୟନ କରାଯାଇଥିଲା । ଏନେଇ ସଭାପତି ଶ୍ରୀ ମଲ୍ଲିକ ସୂଚନା ଦେଇ କହିଛନ୍ତି ଯେ, କେଟେରର୍ସ ଆଣ୍ଡ ଡେକୋରେଟରର ମାଲିକଙ୍କ ମଧ୍ୟରେ ଐକ୍ୟବଦ୍ଧତା, ପରସ୍ପର ମଧ୍ୟରେ ବିଶ୍ୱାସନୀୟତା ସହ ଭଲ ମନ୍ଦରେ ପରସ୍ପରର ସହଭାଗିତା ହେବା ଉପରେ ଗୁରୁତ୍ୱାରୋପ କରିବ ।