ବରଗଡ଼ ଜିଲ୍ଲାର ପଦ୍ମପୁର, ବିଜେପୁର, ଅତାବିରା ଓ ଭଟଲି ନିର୍ବାଚନ ମଣ୍ଡଳୀରେ ବିଜେଡ଼ିର ଷ୍ଟାର୍‌ ପ୍ରଚାରକ ଭି. କେ. ପାଣ୍ଡିଆନ୍‌

ବରଗଡ଼, (କେପିଏନ୍‌ଏସ୍‌) : ବରଗଡ଼ ଜିଲ୍ଲାର ପାଞ୍ଚ ଗୋଟି ବିଧାନସଭା ନିର୍ବାଚନୀ ମଣ୍ଡଳୀର ଚାରୋଟି ସଭାରେ ଯୋଗ ଦେଇଛନ୍ତି ବିଜେଡ଼ିର ଷ୍ଟାର୍‌ ପ୍ରଚାରକ ଭି. କେ. ପାଣ୍ଡିଆନ୍‌ । ପ୍ରଥମେ ପଦ୍ମପୁର ଉଡାଜାହାଜ ପଡ଼ିଆ ସତୀଭଟା ଠାରେ ଓହ୍ଲାଇ ପଦ୍ମପୁର ଅଶୋକ ପଡିଆଠାରେ ଅନୁଷ୍ଠିତ ଜନ ସମାବେଶରେ ଯୋଗ ଦେଇଥିଲେ । ବରଗଡ଼ ଲୋକସଭା ବିଜେଡି ପ୍ରାର୍ଥୀ ପରିଣିତା ମିଶ୍ର ଓ ପଦ୍ମପୁର ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କୁ ଶଙ୍ଖ ଚିହ୍ନରେ ଭୋଟ୍‌ ଦେବାକୁ କହି ବିରୋଧୀଙ୍କୁ ଖୋଲାଖୋଲି ଟାର୍ଗେଟ୍‌ କରିଥିଲେ ପାଣ୍ଡିଆନ୍‌ । ଯୋଡ଼ି ଶଙ୍ଖରେ ଭୋଟ୍‌ ଦେଇ ଓଡ଼ିଶାର ବିକାଶ ଧାରାରେ ସାମିଲ୍‌ ହେବାକୁ କହିଥିଲେ । ପଦ୍ମପୁର ଜିଲ୍ଲା ଘୋଷଣାକୁ ନେଇ ବିରୋଧୀ ଗୋଷ୍ଠୀଙ୍କୁ ସିଧାସଳଖ ଦାୟୀ କରିଛନ୍ତି ପାଣ୍ଡିଆନ୍‌ । ସେ ନିର୍ବାଚନୀ ସଭାରେ କହିଛନ୍ତି, ପଦ୍ମପୁର ଜିଲ୍ଲା ନିଶ୍ଚିତ ହେବ । ସେହି ଚକ୍ରାନ୍ତ ଗୋଷ୍ଠୀ ଆପଣଙ୍କ ନେତା ସାଜିଛନ୍ତି, ସେ ଆପଣଙ୍କ ପ୍ରାର୍ଥୀ ହୋଇଛନ୍ତି । ତାଙ୍କ ପରାମର୍ଶରେ ଯାଇ ହାଇକୋର୍ଟରେ କେଶ୍ କରି ପଦ୍ମପୁର ଜିଲ୍ଲା ଘୋଷଣାକୁ ବନ୍ଦ କରାଯାଇଛି । ହାଇକୋର୍ଟ ହେଉ କି ସୁପ୍ରିମକୋର୍ଟ, ମୁଖ୍ୟମନ୍ତ୍ରୀ ସବୁଠି ଲଢ଼ିବେ, ଆପଣଙ୍କୁ ଦେଇଥିବା କଥା ରଖିବେ ।

Leave A Reply

Your email address will not be published.

fourteen + 4 =