ଯାଞ୍ଚ ବେଳେ ପୋଲିସ ହାତରେ ଲାଗିଛି ପୁଳା ପୁଳା ଟଙ୍କା

ତୁଷୁରା, (କେପିଏନ୍‌ଏସ୍‌) : ଯାଞ୍ଚ ବେଳେ ପୋଲିସ ହାତରେ ଲାଗିଛି ପୁଳା ପୁଳା ଟଙ୍କା । ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଡାହିମାଲ ଚେକ୍‌ ପୋଷ୍ଟରେ ପୋଲିସର ଯାଞ୍ଚ ବେଳେ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଗୁଡ଼ାଏ ଟଙ୍କା ଜବତ କରିଛି ତୁଷୁରା ପୋଲିସ । ସୂଚନାଯୋଗ୍ୟ ଯେ, ଚଳିତ ସାଧାରଣ ନିର୍ବାଚନକୁ ନେଇ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ଛକ ଓ ରାସ୍ତା ଉପରେ କଡ଼ାକଡି ଯାଞ୍ଚ ଚାଲିଛି । ତେବେ ଏହି କ୍ରମରେ ତୁଷୁରା ପୋଲିସ ଡାହିମାଲ ଛକରେ ଗାଡି ଯାଞ୍ଚ କରୁଥିବା ବେଳେ ଏକ କାର୍‌ରୁ ୫ ଲକ୍ଷ ଟଙ୍କା ଜବତ କରିଛି । ତେବେ ଟଙ୍କାଟି ରବିନ ଜୈନ ନାମକ ଜଣେ ବ୍ୟବସାୟୀଙ୍କ ବୋଲି ଜଣାପଡିଛି । ବ୍ୟବସାୟୀ ଜଣକ ବ୍ୟାଙ୍କରୁ ଟଙ୍କା ଉଠାଇ ଗଜବାହାଲ ସ୍ଥିତ ରାଇସ୍‌ମିଲରେ ରଖିଥିଲେ ଓ ପରବର୍ତ୍ତୀ ସମୟରେ ବ୍ୟବସାୟୀ ଜଣକ ତୁଷୁରା ସ୍ଥିତ ତାଙ୍କ ଘରକୁ ନେଉଥିଲେ ବୋଲି କୁହାଯାଉଛି । ତେବେ ପୋଲିସ ଜବତ ଟଙ୍କା ସହ କାର୍‌କୁ ଫ୍ଲାଇଙ୍ଗ୍‌ ସ୍କ୍ୱାର୍ଡର ଜିମା ଦେଇଛି । କେଉଁ ଉଦେଶ୍ୟରେ ଟଙ୍କା ନିଆଯାଉଥିଲା, ତାହା ସ୍ପଷ୍ଟ ହୋଇନାହିଁ । ସେହିପରି ଆଉ ଏକ ପିକପ୍‌ ଗାଡିରୁ ୩ ଲକ୍ଷ ୫୦ ହଜାର ଟଙ୍କା ଡାହିମାଲ ଛକରେ ଜବତ କରିଛି ପୋଲିସ । ଏତେ ପରିମାଣରେ ଟଙ୍କା କେଉଠୁ କୁଆଡେ ଯାଉଥିଲା, ତାହା ବର୍ତ୍ତମାନ ସୁଦ୍ଧା ଜଣା ପଡ଼ିନଥିବା ବେଳେ ଯାଞ୍ଚ ଏଜେନ୍ସି ବର୍ତ୍ତମାନ ପର୍ଯ୍ୟନ୍ତ ତଦନ୍ତ ଜାରି ରଖିଛି । ଏହି ସବୁ ଟଙ୍କା ନିର୍ବାଚନରେ ବ୍ୟବହାର କରିବା ପାଇଁ ବିଭିନ୍ନ ବ୍ୟବସାୟୀ ମାନଙ୍କ ମାଧ୍ୟମରେ ବିଭିନ୍ନ ଦଳକୁ ନିଆଯାଉ ଥିବା ନେଇ ଚର୍ଚ୍ଚା ହେଉଛି । ଗୋଟିଏ ପଟେ ସଂପୃକ୍ତ ବ୍ୟକ୍ତିମାନେ ବ୍ୟାଙ୍କରୁ ଟଙ୍କା କାଢିଥିବା ସ୍ଵୀକାର କରୁଥିବା ବେଳେ ଉକ୍ତ ଟଙ୍କା କେଉଁ ବାବଦକୁ ଯାଉଥିଲା, ତାହା ସ୍ପଷ୍ଟ କରି ପାରିନଥିବା ସୂଚନାରେ କୁହାଯାଇଛି ।

Leave A Reply

Your email address will not be published.

one × 4 =