ଧନକଉଡ଼ା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟର ନିଆରା ପଦକ୍ଷେପ

ସମ୍ବଲପୁର, (ନିରୋଜ କୁମାର ପାଣୀ) : ତା ୦୮.୦୫.୨୦୨୪ ପିଲା ମାନଙ୍କ ପାଇଁ ଗ୍ରୀଷ୍ମାବକାଶ ହୋଇଛି । ସରକାରଙ୍କ ନିର୍ଦ୍ଦେଶନୁଯାୟୀ ଏହି ଅବକାଶରେ ପ୍ରତ୍ୟେକ ପିଲା କିଛି ଗୃହକାର୍ଯ୍ୟ କରିବେ । ଏହି ପରିପ୍ରେକ୍ଷୀରେ ରାଜ୍ୟର ସମସ୍ତ ପିଲାଙ୍କୁ ଗୃହକାର୍ଯ୍ୟ ପ୍ରଦାନ କରାଯାଇଛି । ଏବେ ପିଲାମାନେ ଗୃହକାର୍ଯ୍ୟ କିପରି କରୁଛନ୍ତି ତାହା ତଦାରଖ କରିବାପାଇଁ ଧନକାଉଡ଼ା ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ସେବାଶ୍ରୀ ଭୋଇଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଏକ ନିଆରା ପଦକ୍ଷେପ ଗ୍ରହଣ କରିଛି । ପ୍ରତ୍ୟେକ ଦିନ ନିଜେ ଗୋଷ୍ଠୀଶିକ୍ଷା ଅଧିକାରୀ ଶ୍ରୀମତୀ ଭୋଇ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗଣ ଓ ଶିକ୍ଷକ ତଥା ଶିକ୍ଷୟତ୍ରୀ ମାନେ ପିଲାମାନଙ୍କ ଘରକୁ ଯାଇ ପିଲା ଗୃହକାର୍ଯ୍ୟ କରିଛି ନା ନାହିଁ ତାର ତଦାରଖ କରୁଛନ୍ତି । ଆଜି ଶ୍ରୀମତୀ ଭୋଇ, ସହ ଶିକ୍ଷା ଅଧିକାରୀ ରମେଶ ମିଶ୍ର ଚୌରପୁର କ୍ଲଷ୍ଟରର ଝରାପାଲି ବିଦ୍ୟାଳୟ ନିକଟସ୍ଥ ଏକ ପଡାରେ ପହଂଚି ଛାତ୍ରୀଛାତ୍ର ମାନଙ୍କ ଗହଣରେ ଉପସ୍ଥିତ ରହି ସେମାନେ ଗୃହକାର୍ଯ୍ୟ କରିଥିବାର ଦେଖି ସନ୍ତୋଷ ପ୍ରକାଶ କରିଥିଲେ । ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟର ଏହି ପଦକ୍ଷେପକୁ ଅଭିଭାବକ ମହଲରୁ ସ୍ୱାଗତ କରାଯାଇଥିଲା ।

Leave A Reply

Your email address will not be published.

fourteen − 4 =