ଯୋଗୀମୁଣ୍ଡାରେ ଗୁପ୍ତେଶ୍ୱର ମନ୍ଦିର ପ୍ରତିଷ୍ଠା ଅବସରରେ ୨୪ ପ୍ରହର ନାମଯଜ୍ଞ ସହ କଳସ ଯାତ୍ରାର ଶୁଭାରମ୍ଭ

ପାଟଣାଗଡ଼, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ୍‌ ଅନ୍ତର୍ଗତ ଯୋଗୀମୁଣ୍ଡା ଗ୍ରାମରେ ବୁଧବାର ମହାଦେବ ଗୁପ୍ତେଶ୍ୱର ଭଗବାନଙ୍କ ପ୍ରତିଷ୍ଠା ଏବଂ ୨୪ ପ୍ରହର ନାମଯଜ୍ଞ ପାଇଁ ଅଧିବାସ ସହ କଳସ ଯାତ୍ରା କାର୍ଯ୍ୟକ୍ରମ ଭକ୍ତିମୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । କଳସ ଯାତ୍ରାରେ ଶତାଧିକ ମହିଳା, ପୁରୁଷ ଶ୍ରଦ୍ଧାଳୁମାନେ ଯୋଗ ଦେଇଥିଲେ । ହରିନାମ ସଂକୀର୍ତ୍ତନ, ଘଣ୍ଟୁଆ ଦଳ ସହ ଭବ୍ୟ ଭକ୍ତିମୟ ପରିବେଶ ମଧ୍ୟରେ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା । ପ୍ରଥମେ ସ୍ଥାନୀୟ ପୋଖରୀରେ ପୂଜାଅର୍ଚ୍ଚନା ପରେ ସେଠାରୁ ମହିଳା, ପୁରୁଷ ଏବଂ ଝିଅମାନେ କଳସ ଯାତ୍ରା ଆରମ୍ଭ କରି ଗ୍ରାମ ପରିକ୍ରମା କରି ଶେଷରେ ଯଜ୍ଞସ୍ଥଳରେ ପହଞ୍ଚିଥିଲେ । ୨୪ ପ୍ରହର ନାମଯଜ୍ଞ ଆରମ୍ଭ ସହ ଅନ୍ନ ଯଜ୍ଞ, ଘୃତ ଯଜ୍ଞ ହେବାର କାର୍ଯ୍ୟକ୍ରମ ରହିଛି । ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଲକ୍ଷ୍ମୀ ପୁଟେଲ ପୁରୋହିତ କାର୍ଯ୍ୟ ନିର୍ବାହ କରି ଥିବାବେଳେ ବେଲପଡା ନିବାସୀ ଭେଳାସାଗର ମେହେର ସପତ୍ନୀକ ପୂଜା କାର୍ଯ୍ୟ ତୁଳାଇଥିଲେ । ସମଗ୍ର ଅଞ୍ଚଳରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ବିଭିନ୍ନ ଅଞ୍ଚଳରୁ ବହୁ ଭକ୍ତଙ୍କ ସମାଗମ ହେଉଥିବା ଜଣାପଡିଛି । ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ ବୋଲି ଗ୍ରାମବାସୀଙ୍କ ଠାରୁ ସୂଚନା ମିଳିଛି । କମିଟି ପକ୍ଷରୁ ହଜାର ହଜାର ଭକ୍ତ ମାନଙ୍କ ପାଇଁ ପ୍ରସାଦ ସେବନ, ଅନ୍ନଭୋଜନ, ପାନୀୟ ଜଳ ବ୍ୟବସ୍ଥା କରାଯାଇଛି । ନାମଯଜ୍ଞ କମିଟି ସଭାପତି ନିରାକାର ହାତୀଙ୍କ ନେତୃତ୍ୱରେ ପଦ୍ମଲୋଚନ ମେହେର, ମୋହନ ମେହେର, ପୂର୍ଣ୍ଣାନନ୍ଦ ଦଣ୍ଡସେନା, ମାଧବ ମେହେର, ଟିକେଶ୍ୱର ଶାହ, ପଞ୍ଚାନନ ମେହେର, ବିଜୟ ମେହେର, ପ୍ରମୋଦ ବେହେରା, ପ୍ରକାଶ ଅଗ୍ରୱାଲ, ମାଲଖମ ସେଠ, ସମାରୁ ମେହେର ପ୍ରମୁଖ କର୍ମକର୍ତ୍ତାଙ୍କ ସହ ଯୋଗୀମୁଣ୍ଡା ଗ୍ରାମବାସୀ ମିଶି ଏହି କାର୍ଯ୍ୟକ୍ରମରେ ସହଯୋଗ କରୁଥିବା ଜଣାପଡିଛି ।

Leave A Reply

Your email address will not be published.

eleven − 3 =