csstore

ରାଜ୍ୟସ୍ତରୀୟ ଶିକ୍ଷକ ସଂଘର ନିର୍ବାଚନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଜନକଲ୍ୟାଣ ମଣ୍ଡପ ଠାରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ, ଖାରବେଳନଗର, ଭୁବନେଶ୍ୱର ଓଡିଶାର ଅଷ୍ଟାଦଶ ସାମ୍ବିଧାନିକ ସମ୍ମିଳନୀ ଓ ନିର୍ବାଚନ ସଭା ବଲାଙ୍ଗିର ସହରର ଜନ କଲ୍ୟାଣ ମଣ୍ଡପ ଠାରେ ପୂର୍ବାହ୍ନ ୧୧ଟାରୁ ଘ.୨ଟା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ନିର୍ବାଚନ ସଭାଟି ତା.୦୮/୦୧/୨୦୨୩ରିଖ ନିଷ୍ପତ୍ତି ଅନୁଯାୟୀ ଓଡିଶା, ବଲାଙ୍ଗିର, ବୌଦ୍ଧ, ସୁବର୍ଣ୍ଣପୁର, କନ୍ଧମାଳ, କଳାହାଣ୍ଡି, ନୂଆପଡା, ବରଗଡ, ସମ୍ବଲପୁର, ଦେବଗଡ, ଝାରସୁଗୁଡା, କୋରାପୁଟ, ନୟାଗଡ, ଖୋର୍ଦ୍ଧା, ନବରଙ୍ଗପୁର, କୋରାପୁଟ, ପୁରୀ, ଭଦ୍ରକ, ବାଲେଶ୍ୱର, କେନ୍ଦୁଝର, ମୟୁରଭଞ୍ଜ ଜିଲ୍ଲାର ରାଜ୍ୟ ଫେଡେରେସନର କାଉନସିଲର ମେମ୍ବରଙ୍କ ଉପସ୍ଥିତିରେ ରାଜ୍ୟ ପ୍ରାଥମିକ ଶିକ୍ଷକ ଫେଡେରେସନର ସଭାପତି ତ୍ରିଲୋଚନ ନାୟକ ପୂର୍ବ କମିଟିକୁ ଡିଜଲ୍‌ଭ୍‌ କରି ନିର୍ବାଚନ କମିଟି ଜରିଆରେ ନୂତନ କମିଟି ଗଠନ କରାଇଥିଲେ । ସଭାପତି ଭାବେ ଶାନ୍ତିଲତା ସାହୁ, ସାଧାରଣ ସଂପାଦକ ସନ୍ତୋଷ କୁମାର ସାହୁ, ଉପଦେଷ୍ଟା ତ୍ରିଲୋଚନ ନାୟକ, ଜୟନ୍ତୀ ପଣ୍ଡା, ଦିଲ୍ଲୀପ ବହିଦାର, ଭୁବନେଶ୍ୱର ଦ୍ୱିବେଦୀ, ଭଗବାନ ପଣ୍ଡା, ଆଂଚଳିକ ସଂପାଦକ ଭାବେ ମନୋଜ ସେଠ ପଶ୍ଚିମ ଓଡିଶା, ଲିମୁ ଶିରା ଦକ୍ଷିଣ ଓଡିଶା, ବିଧୁ ନାୟକ ପୂର୍ବ ଓଡିଶା, ଆରତୀ ମଲ୍ଲିକ ଉତ୍ତର ଓଡିଶା, ଉପସଭାପତି ଭାବେ ତେଜରାଜ ହୋତା, ବିରେନ୍ଦ୍ର ସ୍ୱାଇଁ, ଶିଶିର ଖଟୁଆ, ସୀତା ମିଶ୍ର, ପ୍ରକାଶ ପାଗଳ, ସହସଂପାଦକ ସ୍ୱର୍ଣ୍ଣକାନ୍ତୀ ସାହୁ, ପ୍ରଶାନ୍ତ ପୁରୋହିତ, କୋଷାଧ୍ୟକ୍ଷ ଭାବେ ଦୁଃଶାସନ ପରଗଣିଆ, ଅଡିଟର ସୁବାଷ ଦାଶ, ଗଙ୍ଗାଧର ନାୟକ, ସମର୍ପିତା ପୃଷ୍ଟି ପ୍ରମୁଖ ଯୋଗ ଦେଇଥିଲେ ।

jayashree
Leave A Reply

Your email address will not be published.