csstore

ବରତୁଣ୍ଡା ଗାଁରେ ବିଜେଡ଼ିର ନୂଆବର୍ଷ ଓ ପୁଷପୁନି ଜୁହାର ଭେଟ୍‌ କାର୍ଯ୍ୟକ୍ରମ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ପଞ୍ଚାୟତ ବରତୁଣ୍ଡା ଗାଁର ଆମ୍ବତୋଟା ଠାରେ ଆଜି ବିଜେଡ଼ି ପକ୍ଷରୁ ନୂଆବର୍ଷ ୨୦୨୩ ଓ ପୁଷପୁନି ଜୁହାର ଭେଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଏହି କାର୍ଯ୍ୟକ୍ରମରେ କପିଲାଭଟା ଗ୍ରାମ ଠାରୁ ବିରାଟ ଶୋଭାଯାତ୍ରାରେ ବାହାରି ବାଇକ୍‌ ରାଲି କରାଯାଇଥିଲା । ଆୟୋଜିତ ସାଧାରଣ ସଭାରେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ବରିଷ୍ଠ ବିଜେଡି ନେତା ତଥା ବିଧାୟକ ପ୍ରାର୍ଥୀ ଅଜୟ ଦାସଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ପାଟଣାଗଡ଼ ବିଧାୟକ ତଥା ସରକାରୀ ମୁଖ୍ୟ ଉପସଚେତକ ସରୋଜ ମେହେର, ସମ୍ମାନିତ ଅତିଥି ଭାବେ ବଙ୍ଗୋମୁଣ୍ଡା ବ୍ଲକ ଯୁବ ବିଜେଡି ସଭାପତି ସଞ୍ଜୟ ବେହେରା, କପିଲାଭଟା ସରପଞ୍ଚ ତୁଳସେ ଭୋଇ, ଭାଲୁମୁଣ୍ଡା ସରପଞ୍ଚଙ୍କ ପ୍ରତିନିଧି ବସନ୍ତ ମେହେର, ସମିତି ସଭ୍ୟ କେଦାର ଭୋଇ, ଜିଲ୍ଲା ସମ୍ପାଦକ ଶାନ୍ତନୁ ବିଭାର, ପୂର୍ବତନ ବଳଧା ସରପଞ୍ଚ ଲୋକନାଥ ପ୍ରଧାନୀ, ପୂର୍ବତନ ଚୁଲିଫୁଙ୍କା ସରପଞ୍ଚ ହୃଷିକେଶ ପୁଟେଲ, ବିଜେଡି ନେତା ବିଶ୍ୱରାମ ହିଆଲ, ପୂର୍ବତନ ବଙ୍ଗୋମୁଣ୍ଡା ସରପଞ୍ଚ ଜଗଦୀଶ ସୁନା ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ । ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନାର କିପରି ଭାବେ ଲୋକେ ଲାଭ ନେଇ ପାରିବେ ସେ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ସରକାର ଅନେକ ଯୋଜନା କରି ଲୋକମାନଙ୍କର ମନ ଜିଣୁଛନ୍ତି । ସବୁବେଳେ ଗରିବଙ୍କ ସାଥିରେ କଣ୍ଟାବାଞ୍ଜି ବିଜେଡି ବିଧାୟକ ପ୍ରାର୍ଥୀ ତଥା ବିଜେଡିର ବରିଷ୍ଠ ନେତା ଅଜୟ ଦାସ ଚର୍ଚ୍ଚାରେ ରହି ଆସୁଛନ୍ତି । ମଞ୍ଚାସୀନ ଅତିଥିମାନେ ସମସ୍ତଙ୍କୁ ନୂତନ ବର୍ଷ ଓ ପୁଷପୁନିର ଅଭିନନ୍ଦନ ଜଣାଇଥିଲେ । ଏଥିରେ ବିଜେଡି କାର୍ଯ୍ୟକାରୀ ସଭାପତି ଡ଼ମ୍ବରୁଧର ମେହେର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏଥିରେ ଧର୍ମେନ୍ଦ୍ର ଦାସ, ତ୍ରିବିକ୍ରମ ବେହେରା, ଆଶିଷ ବେହେରାଙ୍କ ସମେତ ବଙ୍ଗୋମୁଣ୍ଡା ଜୋନ୍‌ର ୧୪ ଗୋଟି ପଞ୍ଚାୟତର ବହୁ ମହିଳା ଓ ପୁରୁଷମାନେ ସାମିଲ ହୋଇଥିଲେ ।

jayashree
Leave A Reply

Your email address will not be published.