pakka

ଗୁରୁଣ୍ଡିଆରେ ଫାଇଲେରିଆ ନିରାକରଣ ଅଭିଯାନ ଉଦ୍‌ଘାଟିତ

bbehera

ରାଉରକେଲା, (ସସ୍ମିତା ପ୍ରଦାନ) : ଗୁରୁଣ୍ଡିଆ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଆଜି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମାର୍ଚ୍ଚ ୭ରୁ ୧୬ ପର୍ୟ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଫାଇଲେରିଆ ନିରାକରଣ ଅଭିଯାନ ଉଦ୍‌ଘାଟିତ ହୋଇଯାଇଛି । ସର୍ବପ୍ରଥମେ ପ୍ରଭୁ ଗଣେଶଙ୍କ ଫୋଟୋ ଚିତ୍ରରେ ଧୂପଦୀପ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ପୂଜାର୍ଚନା ହେଲାପରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ବିଶିଷ୍ଟ ସମାଜସେବୀ ଶାନ୍ତନୁ କୁସୁମ ଯୋଗଦେଇ ଫାଇଲେରିଆ ରୋଗର ଭୟାବହତା ସମ୍ୱନ୍ଧରେ ବିସ୍ତୃତ ଭାବରେ ଆଲୋଚନା କରିଥିବା ବେଳେ ଫାଇଲେରିଆର ସଂକ୍ରମଣ ଯୋଗୁଁ ଲୋକମାନେ କିଭଳି ବାତଜ୍ଵର ଓ ଗୋଦରର ଶିକାର ହୋଇଥାନ୍ତି ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିଥିଲେ । ତା ସହିତ ନିଃସଙ୍କୋଚରେ ଡ଼ି.ଇ.ସି ଓ ଆଲବେଣ୍ଡାଜୋଲ ବଟିକା ସେବନ ପାଇଁ ଉପସ୍ଥିତ ଛାତ୍ରୀମାନଙ୍କୁ ଉତ୍ସାହିତ କରିଥିବା ବେଳେ ୧୦ ଦିନ ବ୍ୟାପି ଅନୁଷ୍ଠିତ ହେବାକୁ ଥିବା ଏହି ଅଭିଯାନକୁ ଶତପ୍ରତିଶତ ସଫଳ କରିବା ନିମିତ୍ତ ବ୍ରତୀ ହେବାକୁ ଉପସ୍ଥିତ ଗୁରୁଣ୍ଡିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ ଆହ୍ୱାନ କରିଥିଲେ । ସଭାକାର୍ଯ୍ୟର ପରିସମାପ୍ତି ପରେ ବିଦ୍ୟାଳୟର ସମସ୍ତ ଛାତ୍ରୀ ମାନଙ୍କୁ ଡ଼ି.ଇ.ସି ଓ ଆଲବେଣ୍ଡାଜୋଲ ବଟିକା ସେବନ କରାଯାଇଥିଲା । ଗୁରୁଣ୍ଡିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକ୍ଷକ ଡାକ୍ତର ବସନ୍ତ କୁମାର ପୁହାଣଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଯଶୋଦା ସିଂ, ବାଙ୍କୀ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ପରିଚାଳକ ଡାକ୍ତର ବିନୋଦ କୁମାର ବେହେରା, ରାଷ୍ଟ୍ରୀୟ ବାଳସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ସଂଯୋଜକ ଡାକ୍ତର ସରୋଜ କୁମାର ମହାନ୍ତ, ବିପିଏମ ଶ୍ରୀବନ୍ତ ପାଣ୍ଡେ, ବାହକଜନିତ ରୋଗ ବୈଷୟିକ ପରିଦର୍ଶକ ଡମ୍ବରୁଧର ବେହେରା, କନିଷ୍ଠ କୀଟତତ୍ତ୍ୱବିତ ଅନିଲ କୁମାର ବଢ଼େଇ, ଏସଟିଏଫ ବିକାଶ ଦାସ, ସ୍ୱାସ୍ଥ୍ୟକର୍ମୀ ଯୋଗେଶ୍ୱର ମହାକୁଡ଼, ବାବୁଲା ଦାସ ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିଥିଲେ ।

jay balangir
Leave A Reply

Your email address will not be published.

two × 3 =

error: Content is protected !!