csstore

ବଡବନ୍ଧ କ୍ଲଷ୍ଟର ସ୍ତରୀୟ ନିପୂଣ ଓଡ଼ିଶା ମେଳା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଡବନ୍ଧ କ୍ଲଷ୍ଟର ସ୍ତରୀୟ ନିପୂଣ ଓଡ଼ିଶା ମେଳା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଜଗଦୀଶ ପଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ସାରସମାଲରେ ଅନୁଷ୍ଠିତ ହୋଇଯାଇଛି । ଦେଓଗାଁ ପଞ୍ଚୟତ ସମିତି ଅଧ୍ୟକ୍ଷ ଦୟାନିଧି ଖମାରୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ ନିପୂଣ ଓଡ଼ିଶା ମେଳାକୁ ଉଦ୍‌ଘାଟନ କରିଥିଲେ । ସାରସମାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହୋଲିଶ୍ୱର ଧରୁଆ ସଭା ପରିଚାଳନା କରିଥିବା ବେଳେ ସହକାରୀ ଶିକ୍ଷକ ଜ୍ୟୋତିଲାଲ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଉଦ୍‌ଯାପନୀ ସଭାରେ ସାରସମାଲ ଗ୍ରାମ ପଞ୍ଚାୟତ ସରପଂଚ ଗୋପାଳ ବାଗ ଉପସ୍ଥିତ ଥିବାବେଳେ ଶିକ୍ଷକ ବିନାୟକ ଥନାପତି, ଅରବିନ୍ଦ ପଧାନ, ପ୍ରଶାନ୍ତ ଗଡତ୍ୟା, ଜ୍ୟୋସ୍ନା ଷାଣ୍ଢ, ମିକି ଭୋଇ, କୈଲାଶ ଚନ୍ଦ୍ର ଭୋଇ, ରବି ବୁଡେକ, ସୁଜିତ ମିଶ୍ର, ଅଶ୍ୱିନୀ ନାଏକ, ମଧୁସୂଦନ ଭୋଇ, ଦିଲିପ ପଧାନ, ଦେବାନନ୍ଦ ନିଷାଦ, ପଦ୍ମଲୋଚନ କୁମ୍ଭାର, ତୃପ୍ତିମୟୀ ପଧାନ, ନିବେଦିତା ଦାସ, ମଧୁମିତା ଅଲତିଆ, ସସ୍ମିତା ସେଠ, କୁବେର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିବା ବେଳେ ଏସ୍‌ଏମ୍‌ସି ସଭାପତି ଗଜପତି ରଣା, ପାଣ୍ଡବ ସେଠ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

jayashree
Leave A Reply

Your email address will not be published.