pakka

ପାଂଚ ଦିନ ହେଲା ବ୍ୟବସାୟୀ ନିଖୋଜ, ଅପହରଣ ଆଶଂକା

bbehera

ଆଗଲପୁର, (ସୁଶୀଲ କୁମାର ମିଶ୍ର) : ଆଗଲପୁରର ବ୍ୟବସାୟୀ ପବିତ୍ର ମେହେର(୨୫) ଗତ ୫ ଦିନ ହେଲା ନିଖୋଜ ହୋଇଯାଇଛନ୍ତି । ବ୍ୟବସାୟ କାମରେ ଯାଇଥିବାରୁ ତାଂକୁ କେହି ଅପହରଣ କରିଥିବା ସନ୍ଦେହ କରାଯାଉଛି । ଫଳରେ ପରିବାର ଲୋକେ ଆଶଂକା ଭିତରେ ରହିଛନ୍ତି । ଗତ ୨୨ ତାରିଖ ସକାଳ ୯ଘଣ୍ଟା ୧୫ ମିନିଟ ସମୟରେ ଘରୁ ସ୍କୁଟିରେ ବରଗଡକୁ ଇଲୋଟ୍ରୋନିକ୍ସ ସାମଗ୍ରୀ କିଣିବାକୁ ଯାଇଥିଲେ । ସେହି ଦିନଠାରୁ ସେ ଆଉ ଘରକୁ ଫେରି ନାହାନ୍ତି ବୋଲି ପରିବାର ଲୋକଂକ ଠାରୁ ପ୍ରକାଶ । ପରିବାର ଲୋକେ ତାଂକୁ ବିଭିନ୍ନ ସ୍ଥାନରେ ଖୋଜିଥିଲେ ମଧ୍ୟ ତାଂକ ସନ୍ଧାନ ପାଉ ନାହାନ୍ତି । ଶେଷରେ ତାଂକ ବଡଭାଇ ପୂର୍ଣ୍ଣଚନ୍ଦ୍ର ମେହେର ବରଗଡ ଟାଉନ ଥାନା ଓ ଆଗଲପୁର ଫାଣ୍ଡିରେ ଏତଲା ଦେଇଛନ୍ତି ।

jay balangir
Leave A Reply

Your email address will not be published.

20 + 18 =