csstore

ସହଯୋଗ ଫାଉନ୍‌ଡେସନ ତରଫରୁ ଛାତ୍ର ଏବଂ ଛାତ୍ରୀମାନଙ୍କ ପାଇଁ ପାୱାର ଅଫ ଫେକସ କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଛାତ୍ରମାନଙ୍କ ପାଇଁ କୌଣସି ଲକ୍ଷ ଅସମ୍ଭବ ନୁହେଁ, ସେହି ଛାତ୍ର ହାରି ଯାଏ ଯିଏ ବଂଚିବାର କଳା ଜାଣିନାହିଁ । ବଲାଙ୍ଗିରର ଅଗ୍ରିମ ସାମାଜିକ ସଂସ୍ଥା ସହଯୋଗ ଫାଉନ୍‌ଡେସନ ତରଫରୁ ସ୍ଥାନୀୟ ଟାଉନ ହଲଠାରେ କଲେଜ ଛାତ୍ର ଛାତ୍ରୀମାନଙ୍କୁ ନେଇ ପାୱାର ଅଫ୍‌ ଫୋକସ କାର୍ଯ୍ୟକ୍ରମ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ଜୀବନରେ କେମିତି ସଫଳ ଏବଂ ଭଲ ମଣିଷ ହୋଇ ଦେଶ ପାଇଁ କିଛି କରିବେ ସେଥିପାଇଁ ଦିଗଦର୍ଶନ ଦିଆଯାଇଥିଲା । ସହରର ବିଭିନ୍ନ କଲେଜରୁ ଆସିଥିବା ଛାତ୍ର ଛାତ୍ରୀ ମାନେ ଏହି କାର୍ଯ୍ୟକ୍ରମର ବହୁତ ମଜା ନେଇଥିଲେ । ଅନିଲ ମୋଦୀଙ୍କ ନେତୃତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମେଟିଭେସନାଲ ଟ୍ରେନର ଆର୍ତତ୍ରାଣ ପାଢ଼ୀ ନିଜର ପ୍ରଭାଶାଳୀ ବକ୍ତବ୍ୟ ଦ୍ୱାରା ଛାତ୍ର ଛାତ୍ରୀଙ୍କ ମନ ଜିତି ନେଇଥିଲେ ମୁଖ୍ୟ ଅତିଥି ଭାବେ ସିଏ ଶ୍ରୀକାନ୍ତ ଶର୍ମା ଏବଂ ସମ୍ମାନିତ ଅତିଥି ଭାବେ ସୁଶାନ୍ତ ପାତ୍ର ଏବଂ ରାମାବତାର ଅଗ୍ରୱାଲ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ ରାଜେଶ ତ୍ରିପାଠୀ । ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ବିଶେଷ ଭାବେ ଜେଏସ୍‌ଏମ୍‌ କମର୍ସ କଲେଜ ଏବଂ ସିଏନ୍‌ସି କଲେଜର ବିଶେଷ ସହଯୋଗ ରହିଥିଲା । ଆଗାମୀ ଦିନରେ ମଧ୍ୟ ଗାଁ ସ୍କୁଲ ଏବଂ କଲେଜରେ ଏପରି କାର୍ଯ୍ୟକ୍ରମ କରାଯିବ ବୋଲି ସମ୍ପାଦିକା ପିଙ୍କି ମୋଦୀ ସୂଚନା ଦେଇଛନ୍ତି ।

jayashree
Leave A Reply

Your email address will not be published.