pakka

ପୋଖରୀକୁ ଶୌଚ ହେବାକୁ ଯାଇ ବ୍ୟକ୍ତି ନିଖୋଜ

kalikesh

ବରଗଡ, (ନିରୋଜ କୁମାର ପାଣୀ) : ପୋଖରୀକୁ ଶୌଚ ହେବାକୁ ଯାଇ ଜଣେ ବ୍ୟକ୍ତି ନିଖୋଜ ହୋଇଥିବା ଖବର ମିଳିଛି । ସୂଚନା ଅନୁସାରେ ବରଡୋଲ ଗ୍ରାମର ରାମ ପ୍ରସାଦ ବେହେରା(୪୫) ଗତକାଲି ସକାଳ ୬ଟା ସମୟରୁ ବରଡୋଲ କଟାପାଲି ରାସ୍ତାରେ ଥିବା ପୋଖରୀକୁ ଶୌଚ ହେବାକୁ ଯାଇ ଆଉ ଘରକୁ ଫେରି ନାହାନ୍ତି । ସେ ଯିବା ସମୟରେ ଏକ ସବୁଜ ରଙ୍ଗର ଫୁଲ୍‌ ଟ୍ରାଉଜର ପ୍ୟାଣ୍ଟ ଓ ମାଟିଆ ରଙ୍ଗର ଏକ ଟି-ସାର୍ଟ ପରିଧାନ କରିଥିବା ବେଳେ କାନ୍ଧରେ ଏକ ଗାମୁଛା ନେଇ ଯାଇଛନ୍ତି । ତାଙ୍କ ବିଷୟରେ ଯଦି କିଛି ଖୋଜ ଖବର ପାଇବେ ତା’ ହେଲେ ବରଗଡ଼ ଟାଉନ ଥାନରେ ନଚେତ ତାଙ୍କ ପୁଅ ଅଶ୍ୱିନୀ ବେହେରାଙ୍କୁ ୭୦୦୮୫୩୪୫୩୧ ନମ୍ବରରେ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି ।

pp
Leave A Reply

Your email address will not be published.

16 − three =