ବେଆଇନ ପଥର ଚୋରାଚାଲାଣ ବେଳେ ତହସିଲଦାରଙ୍କ ଚଢ଼ାଉ : ଟ୍ରାକ୍ଟରରୁ ୧୦,୧୧୧ ଟଙ୍କା ଜୋରିମାନା ଆଦାୟ

ଦେଓଗାଁ, (ମନୀଷ କୁମାର ସାହୁ) : ଗୁରୁବାର ଦିନ ଏକ ଟ୍ରାକ୍ଟର (ଓଡ଼ି୦୩ଟି୦୮୩୮)ରେ ପଥର ଚାଲାଣ କରୁଥିବା ବେଳେ ଦେଓଗାଁ ତହସିଲଦାର ଯୁଗଳ କିଶୋର ବିଶ୍ବାଲ, ସୁପରଭାଇଜର ତଥା ଆର୍‌ଆଇ ଅଧିର ନାଏକ ନାଇକେନଶିରା ନିକଟରେ ଗାଡ଼ି ଉପରେ ଚଢ଼ାଉ କରିଥିଲେ । ଗାଡ଼ିକୁ ଅଟକ ରଖି ପଥର ସମ୍ବନ୍ଧୀୟ ଦଳିଲ ଯାଞ୍ଚ କରିଥିଲେ । ଯାଞ୍ଚ ପରେ ବେଆଇନ ଭାବେ ଚାଲାଣ ହେଉଥିବା ଜଣାପଡ଼ିବା ପରେ ଟ୍ରାକ୍ଟର ମାଲିକ ବବୁନ ପାଣିଗ୍ରାହୀ ନିକଟରୁ ୧୦,୧୧୧ ଜୋରିମାନା ଆଦାୟ କରାଯାଇଥିଲା ।

Leave A Reply

Your email address will not be published.

12 − 9 =