pakka

୫ ବର୍ଷ ଧରି ଅଚଳ ଥିବା ନଳକୂପ ତୁରନ୍ତ ମରାମତି ପାଇଁ ପଡାବାସୀଙ୍କ ଦାବୀ

bbehera

ପାଟଣାଗଡ଼, (ଗୋରେଖନାଥ ବରିହା) : ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ତଥା ତାତି ଭୟଙ୍କର । ବିଶେଷତଃ, ପଶ୍ଚିମ ଓଡ଼ିଶାରେ ସ୍ଥିତି ଅସମ୍ଭାଳ । ସୋନପୁର, ବଲାଙ୍ଗିର ଭଳି ଜିଲ୍ଲାରେ ପାରଦ ୪୪ ଡିଗ୍ରୀ ଅତିକ୍ରମ କଲାଣି । ଆଗକୁ ମଧ୍ୟ ତାତି ଆହୁରି ବଢିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ବଲାଙ୍ଗିର ଜଳୁଛି । ସକାଳ ୯ଟାରୁ ମୁଣ୍ଡଫଟା ଖରା । ବାହାରକୁ ବାହାରିବା ଅସମ୍ଭବ ହୋଇପଡ଼ିଲାଣି । ଅବସ୍ଥା ମଧ୍ୟ ସମାନ । ଭୟଙ୍କର ଖରା ଯୋଗୁଁ ଅଧିକାଂଶ ଜଳ ଉତ୍ସ ପ୍ରାୟତଃ ଶୁଖା ପଡ଼ିଯାଇଛି । ଗ୍ରୀଷ୍ମ ଋତୁ ଆସିବା ପୂର୍ବରୁ ଅଚଳ ନଳକୂପଗୁଡ଼ିକୁ ସଜାଡ଼ିନେବା କଥା କିନ୍ତୁ ସେ ଦିଗରେ ବିଭାଗ କୌଣସି ଆଗୁଆ ପଦକ୍ଷେପ ନନେବାରୁ ଲୋକେ ଏବେ ପାଣି ପାଇଁ ଛଟପଟ ହେଉଥିବା ଅଭିଯୋଗ ହେଉଛି । ଦୀର୍ଘ ୫ ବର୍ଷରୁ ଅଧିକ ଦିନ ହେବ ନଳକୂପ ଅଚଳ ହୋଇ ପଡିଥିବା ଅଭିଯୋଗ ହୋଇଛି । ଯାହାଫଳରେ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସୂଚନାଯୋଗ୍ୟ ଯେ, ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ରେଞ୍ଜ ବେନକେନା ଗ୍ରାମର କେନ୍ଦୁପତ୍ର ଫଡି ପାଖରେ ଥିବା ନଳକୂପ ଦୀର୍ଘ ୫ ବର୍ଷରୁ ଅଧିକ ଦିନ ହେବ ଅଚଳ ହୋଇପଡିଛି । ଗ୍ରାମରୁ ପ୍ରାୟ ଏକ କିଲୋମିଟର ଦୂରରେ ଫଡି ରହିଛି । ପାନୀୟ ଜଳ ପାଇଁ ଗାଁର ଏକ କିଲୋମିଟର ଦୂରରେ ଥିବା ନଳକୂପ ଉପରେ ନିର୍ଭର କରିଥାନ୍ତି । ଫଡିରେ ୧୯୦ ଜଣରୁ ଅଧିକ ଆଦିବାସୀ ତୋଳାଳୀ କାମ କରନ୍ତି । ଦୀର୍ଘ ୫ ବର୍ଷ ଧରି ନଳକୂପ ଅଚଳ ହୋଇ ପଡ଼ିରହିଛି । କିନ୍ତୁ ଦୀର୍ଘଦିନ ଧରି ନଳକୂପ ଅଚଳ ହୋଇ ପଡ଼ିରହିଥିଲେ ହେଁ ଏହାକୁ ସଜାଡ଼ିବା ନେଇ ବିଭାଗର କୌଣସି ତତ୍ପରତା ନାହିଁ । ଯାହା ସ୍ଥାନୀୟ ଲୋକଙ୍କ ଜୀବନକୁ ଦୁର୍ବିସହ କରିଦେଇଛି । ଏହାକୁ ନେଇ ଅସନ୍ତୋଷ ଚରମସୀମାରେ ପହଞ୍ଚିଲାଣି । ତେଣୁ ଯଥାଶୀଘ୍ର ଏହାର ସମାଧାନ ପାଇଁ ଦାବୀ ହେଉଛି ।

Leave A Reply

Your email address will not be published.

fourteen − 3 =