ବରଗଡ଼ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ଡମ୍ବରୁ ରଣା ଆଉ ନାହାନ୍ତି

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ଡମ୍ବରୁ ରଣାଙ୍କ ଆଜି ସଂଧ୍ୟା ସମୟରେ ସୋହେଲା ସ୍ଥିତ ତାଙ୍କ ବାସଭବନରେ ପରଲୋକ ହୋଇଯାଇଛି । ତାଙ୍କ ମୃତ୍ୟୁରେ ବରଗଡ଼ ଜିଲ୍ଲା ସାମ୍ବାଦିକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି । ଗତ କିଛି ମାସ ହେବ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ଯୋଗୁଁ ସେ ଶଯ୍ୟାଶାୟୀ ଥିଲେ । ସେ ଦୈନିକ ଖବରକାଗଜ ଜନମୁଖ, ସମ୍ବାଦର ପ୍ରତିନିଧି ରୂପେ କାର୍ଯ୍ୟ କରିଥିଲେ । ତାଙ୍କ ମୃତ୍ୟୁରେ ବରଗଡ଼ ପ୍ରେସ କ୍ଲବ ଓ ଉତ୍କଳ ସାମ୍ବାଦିକ ସଂଘ, ବରଗଡ଼ ଶାଖା ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି ।

Leave A Reply

Your email address will not be published.

sixteen − 6 =