pakka

ବଲାଙ୍ଗିର ସହରର ଡେଲି ମାର୍କେଟ ପଛପଟ ୧୩ ନମ୍ବର ୱାର୍ଡରେ ଡ୍ରେନ ବ୍ୟବସ୍ଥା ବିପର୍ଯ୍ୟସ୍ତ : ସାଧାରଣରେ ଅସନ୍ତୋଷ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ଡେଲି ମାର୍କେଟ ପଛପଟ ୧୩ ନମ୍ବର ୱାର୍ଡରେ ଡ୍ରେନ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡିଥିବା ବେଳେ ସ୍ଥାନୀୟ ଜନସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।

ଏହି ଅଂଚଳରେ ଡ୍ରେନ ସଫେଇ ପ୍ରତି ଅଣଦେଖା କରାଯାଉଥିବା ବେଳେ ବାରମ୍ବାର ପୌର କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରାଯାଉଥିଲେ ସୁଦ୍ଧା କୌଣସି ସୁଫଳ ମିଳୁ ନଥିବା ସ୍ଥାନୀୟ ଲୋକେ ମତ ଦେଇଛନ୍ତି । ତେବେ ବର୍ଷା ଋତୁ ପୂର୍ବରୁ ଏହି ଅଚଂଳର ଡ୍ରେନ ସଫେଇ କରାଯିବାକୁ ଦାବୀ ହେଉଛି ।

Leave A Reply

Your email address will not be published.

17 + 13 =