pakka

ଓଡ଼ିଶାରେ ୨୦୦ ୟୁନିଟ ଦେୟମୁକ୍ତ ବିଜୁଳି ଦାବୀରେ ଦସ୍ତଖତ ଅଭିଯାନ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ୨୦୦ ୟୁନିଟ ଦେୟମୁକ୍ତ ବିଜୁଳି ଦାବୀରେ ଆମ୍ ଆଦମୀ ପାର୍ଟି ପକ୍ଷରୁ ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଗୋଡ଼ଭଗା ସାପ୍ତାହିକ ବଜାରଠାରେ ଦସ୍ତଖତ ଅଭିଯାନ କରାଯାଇଛି । ବିଜୁଳି ଏକ ମୌଳିକ ଅଧିକାର ହୋଇଥିବାରୁ ବହୁ ଲୋକ ଏହି ଦସ୍ତଖତ ଅଭିଯାନରେ ସହଯୋଗ କରିଥିବା ଜିଲ୍ଲା ଆବାହକ ଭବାନୀ ସାହୁ ସୂଚନା ଦେଇଛନ୍ତି । ପ୍ରବଳ ଗ୍ରୀଷ୍ମପ୍ରବାହ ସମୟରେ ବାରମ୍ବାର ଅଘୋଷିତ ପାୱାର କଟ୍ ଓ ବିଜୁଳି ଦର ବୃଦ୍ଧି ସହ ଏରିଅର୍‌ କଲେକ୍ସନ ଏବେ ଜନ ସାଧାରଣଙ୍କୁ ଅତିଷ୍ଟ କରିଛି । ଏହି ଦସ୍ତଖତ ଅଭିଯାନରେ ପାଖାପାଖି ପାଞ୍ଚଶହ ଜଣ ସମର୍ଥନ କରିଥିଲେ । ଅତାବିରା ବ୍ଲକ ସଂଯୋଜକ ଜୟକିଶନ ଛୁରିଆ, ଯଦୁମଣି ପଧାନ ଓ ଅନ୍ୟ କର୍ମକର୍ତ୍ତା ସହଯୋଗ କରିଥିଲେ ।

Leave A Reply

Your email address will not be published.

15 − three =