csstore

୬ ଗୋଟି ଚୋରି ସାଇକେଲ ଜବତ, ଜଣେ ଗିରଫ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ପୁଲିସ ସାଇକେଲ ଚୋରି ଅଭିଯୋଗରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ଥାନା କେସ ନଂ.୧୪୪/୨୨ରେ ଏକ ମାମଲା ରୁଜୁ କରି ସଇଁତଲା କୋର୍ଟକୁ ଚାଲାଣ କରିଛି । ଅଭିଯୁକ୍ତ ଜଣକ ହେଲେ ତୁଷୁରା ଥାନା ତେତେଲଖୁଣ୍ଟି ପଞ୍ଚାୟତର ଭୋଇଗୁରା ଗ୍ରାମର ତପନ ମନହୀରା (୩୦) ବୋଲି ଜଣାପଡିଛି । ପ୍ରକାଶ ଯେ, ସଇଁତଲା ଥାନା ଅଧିନସ୍ଥ ବୁଢାବାହାଲ ପଞ୍ଚାୟତର ଖଲିଆପାଲି ଗ୍ରାମରେ ଅଭିଯୁକ୍ତ ତପନ ପୂର୍ବରୁ ଅନେକ ସାଇକେଲ ଚୋରି କରି ବିକ୍ରି କରି ଆସୁଥିବା ବେଳେ ପୁଣି ଖଲିଆପାଲି ଗ୍ରାମର ପୃଥ୍ୱୀରାଜ ସାହୁଙ୍କ ସାଇକେଲ ଚୋରି ହୋଇଥିବା ନେଇ ସଇଁତଲା ଥାନାରେ ଅଭିଯୋଗ ହୋଇଥିଲା । ଏହି ମାମଲାକୁ ନେଇ ସଇଁତଲା ଥାନା ଅଧିକାରୀ ଅବନୀ ସାହୁଙ୍କ ନିର୍ଦେଶରେ ଏସ୍‌ଆଇ ସଂଗୀତା ବେକ, ପ୍ରସନ୍ନ ନାଏକ, ଏଏସ୍‌ଆଇ ହରେକୃଷ୍ଣ ମାଝୀ, ହାବିଲଦାର ଭୁବନେଶ୍ୱର ଭୋଇ, କନେଷ୍ଟବଳ ଶତୃଘନ ଭୋଇଙ୍କୁ ନେଇ ଏକ ଟିମ ଗଠନ ହୋଇଥିଲା । ତେବେ ଗତ ବୁଧବାର ଦିନ ପୁଣି ଅଭିଯୁକ୍ତ ତପନ ଖଲିଆପାଲି ଗ୍ରାମକୁ ଆସି ସାଇକେଲ ବିକ୍ରି ପାଇଁ ଉଦ୍ୟମ କରୁଥିବା ବେଳେ ଗ୍ରାମବାସୀ ଉକ୍ତ ଯୁବକକୁ କାବୁ କରିବା ସହ ପୁଲିସକୁ ଖବର ଦେବା ପରେ ପୁଲିସ ଘଟଣାସ୍ଥଳକୁ ପହଂଚି ଅଭିଯୁକ୍ତକୁ ଗିରଫ କରିଥିଲେ । ଉକ୍ତ ଖଲିଆପାଲି ଗ୍ରାମରୁ ୬ ଗୋଟି ଚୋରି ସାଇକେଲକୁ ଜବତ କରି ଅଭିଯୁକ୍ତ ତପନକୁ ଗିରଫ କରି ସଇଁତଲା କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ନା ମଞ୍ଜୁରୀ ହେବାରୁ ଟିଟିଲାଗଡ଼ ଜେଲ ହାଜତକୁ ପଠାଯାଇଥିବା ଜଣାପଡିଛି ।

jayashree
Leave A Reply

Your email address will not be published.