pakka

କିଡିନି ରୋଗରେ ଆକ୍ରାନ୍ତ ସନ୍ଧିବାହାଲ ଗାଁ ଲୋକେ : ପାଣି ପରୀକ୍ଷା ପାଇଁ ଦାବୀ

ତୁରେକେଲା, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲାର ତୁରେକେଲା ବ୍ଲକ ମହଖଣ୍ଡ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସନ୍ଧିବାହାଲ ଗାଁ ଲୋକେ କିଡିନି ରୋଗରେ ଆକ୍ରାନ୍ତ ହୋଇ ବର୍ଷକୁ ବର୍ଷ ମୃତ୍ୟୁ ହାର ବଢି ଚାଲିଛି । ଗାଁ ଲୋକେ କହନ୍ତି ଯେ, ସରକାର ଆମ ଗାଁ ଲୋକଙ୍କ ପ୍ରତି ଏକ ଦୃଷ୍ଟି ଦିଅନ୍ତୁ । ଉକ୍ତ ଗାଁର ଲଲିତ ବାଗ( ୫୦), ମୋତି ବାଗ (୧୮), ଗଣ୍ଡାରାମ ବାଗ(୫୫). ପୁରୁଷୋତ୍ତମ ବାଗ(୫୦), ଅମୂଲ୍ୟ ବାଗ(୪୫), ପାର୍ବତୀ ବେହେରା (୪୫) କୀଡିନି ରୋଗରେ ମୃତ୍ୟୁବରଣ କରି ସାରିଛନ୍ତି । ବର୍ତ୍ତମାନ ଏହି ଗାଁରେ ଜମୁନା ବାଗ (୫୫)କୈଳାଶ ବାଗ (୪୫) ଯଶୋବନ୍ତି ବାଗ (୪୫) ସବିତା ବାଗ (୪୫) ଲୋକନାଥ ବାଗ (୩୫) ବନିତା ବାଗ (୩୨) ରୂପସିଙ୍ଗ ମାଝି (୫୫) ଅଗିନ ବାଗ (୩୮) କିଡିନି ରୋଗରେ ପୀଡିତ ଅଛନ୍ତି ଏବଂ ଗାଁ ଲୋକେ କହିଛନ୍ତି ଯେ, ଆମ ଗାଁର ଅଧିକାଂଶ ଲୋକ ଏହି ରୋଗରେ ମୃତ୍ୟୁବରଣ କରି ସାରିଛନ୍ତି । ସବୁଠରୁ ବହ ଦୁଃଖର ବିଷୟଯେ ଗାଁର ଯେ କେହି ସ୍ୱାସ୍ଥ୍ୟ ପରୀକ୍ଷା କରାଇଲେ ଅଧିକାଂଶ ଲୋକଙ୍କଠାରେ ଏହି ରୋଗ ବାହାରୁଥିବା ଜଣାପଡ଼ୁଛି । ଏନେଇ ଗତ ବର୍ଷ ସରପଞ୍ଚଙ୍କୁ ଅନେକ ଥର ଗୁହାରି କରିଥିଲେ ସୁଦ୍ଧା ଆମ ଗାଁ ଲୋକଙ୍କ ଗୁହାରି ଶୁଣି ନଥିଲେ । ଜନସାଧାରଣଙ୍କର ବହୁମୂଲ୍ୟ ଜୀବନ ରକ୍ଷା କରିବା ପାଇଁ ଗାଁର ପାଣି ପରୀକ୍ଷା କରାଯାଉ ଏବଂ ଆବଶ୍ୟକ ସୁରକ୍ଷା ପ୍ରଦାନ କରାଯାଉ ବୋଲି ଗ୍ରାମବାସୀମାନେ ଦାବୀ କରିଛନ୍ତି ।

Leave A Reply

Your email address will not be published.

19 − 12 =