csstore

ଆଦର୍ଶ ଶିକ୍ଷକ ପାଲା ଗାୟକଙ୍କ ହୃଦଘାତରେ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକର ଜଣେ ମେଳାପୀ, ମିଷ୍ଟଭାଷୀ ଛାତ୍ରଛାତ୍ରୀଙ୍କ ପ୍ରିୟ ଶିକ୍ଷକ କ୍ଷୀରସାଗର ବରିହା (୫୦) ଆଉ ଆମ ଗହଣରେ ନାହାଁନ୍ତି । ଆଜି ତାଙ୍କ ବାସ ଭବନ ମାଣ୍ଡିଆଢିପା ଗ୍ରାମରେ ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଛି । ସେ ଜଣେ ଏକାଧାରରେ ଶିକ୍ଷକ, ସଙ୍ଗଠକ, ସମାଜସେବୀ ଓ କଳାକାର ଥିଲେ । ତାଙ୍କ ସହଧର୍ମିଣୀ କୁମାରୀ ବରିହା ଓ ଦୁଇଟି ପୁତ୍ରକୁ ଛାଡି ଯାଇଛନ୍ତି । ତାଙ୍କର ସହଧର୍ମିଣୀ ସଭାନେତ୍ରୀ କୁମାରୀ ବରିହା ବିଜୁ ମହିଳା ଜନତା ଦଳ ପାଇକମାଲ ବ୍ଲକର ଦାୟିତ୍ଵରେ ଅଛନ୍ତି । ସ୍ୱର୍ଗତ ବରିହା ଜଣେ ସୁନାମଧନ୍ୟ ପାଲା ଗାୟକ ଭାବେ ବେଶ୍‌ ପରିଚିତ ଥିଲେ । ତାଙ୍କ ବିଯୋଗରେ ପାଇକମାଲ ବ୍ଲକ୍ ଶିକ୍ଷକ ସଂଗଠନ ତରଫରୁ ମହାଦେବ ବେହେରା, ଡୋଲାମଣୀ ମାହାର, ନିମାଇଁ ଚରଣ ସ୍ବାଇଁ, ଅଶୋକ କୁମାର ସାହୁ, ସୁକାନ୍ତ ରାଉତ, ଦେବେନ୍ଦ୍ରନାଥ ସାହୁ, ରୁପେନ୍ଦ୍ର ସାହୁ, ସତ୍ୟନାରାୟଣ ଯୋଷୀ, ସୁରେଶ ଚନ୍ଦ୍ର ସାହୁ ପ୍ରମୁଖ ଗଭୀର ଦୁଃଖ ପ୍ରକାଶ କରିବା ସହ ପରିବାରକୁ ସମବେଦନା ଜଣାଇଛନ୍ତି । ତାଙ୍କର ଦୁଇ ପୁଅ ଅଛନ୍ତି । ତାଙ୍କର ଅକାଳ ବିଯୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ମାଣ୍ଡିଆଢିପା ଗାଁ ଶ୍ମଶାନରେ ଶବ ସତ୍କାର କରାଯାଇଥିବା ବେଳେ ତାଙ୍କ ବଡ଼ ପୁଅ ମୁଖାଗ୍ନି ଦେଇଥିଲେ ।

jayashree
Leave A Reply

Your email address will not be published.