pakka

ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର : ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର୍

bbehera

ସାଲେପୁର : କଟକ ଜିଲ୍ଲା ଜଗତପୁର ଥାନା ଗୋପିନାଥପୁର ପଞ୍ଚାୟତ ପ୍ରଧାନପଡା ଗାଁର ପଟ୍ଟାମୁଣ୍ଡାଇ କେନାଲ ବନ୍ଧରେ ଭାରସାମ୍ୟ ହରାଇ ଟ୍ରାକ୍ଟର ଓଲଟି ପଡି ଦୁର୍ଘଟଣା ଘଟିଥିବା ଜଣାପଡିଛି । ସୂଚନାନୁଯାୟୀ, ପ୍ରଧାନପଡା ଗାଁର ପଟ୍ଟାମୁଣ୍ଡାଇ କେନାଲ ବନ୍ଧ କଡରେ ଥିବା ୧୧ କେ.ଭି ଇଲେକ୍ଟ୍ରିକ୍‌ ଖୁଣ୍ଟକୁ ଧକ୍କା ଦେବା ପରେ ଏକ ଟ୍ରାକ୍ଟର କେନାଲକୁ ଖସିପଡିଥିଲା । ତେବେ ଏହି ଦୁର୍ଘଟଣାରୁ ଡ୍ରାଇଭର୍ ଓ ହେଲ୍‌ପର୍ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ତେବେ ଇଲେକ୍ଟ୍ରିକ୍‌ ଖୁଣ୍ଟ ଭାଙ୍ଗିଯିବା ଯୋଗୁଁ ସାଲେପୁର ଅଞ୍ଚଳର ବିଦ୍ୟୁତ୍‌ ସରବରାହ ଛିନ୍ନ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଟ୍ରାକ୍ଟର ଜବତ କରିବା ସହ ଡ୍ରାଇଭର ଓ ହେଲପରଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.

1 + 18 =