ଜିଲ୍ଲାର ୪୯ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ ଜିଲ୍ଲାପାଳ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଓଡିଶା ଅଧସ୍ଥନ ଚୟନ ଆୟୋଗଙ୍କ ପତ୍ର ସଂଖ୍ୟା -୨୧୨(ସି)ଓଏସ୍‌ଏସ୍‌ସି ତା.୨୭/୦୨/୨୪ ଅନୁଯାୟୀ ସୁବର୍ଣ୍ଣପୁର ଜିଲ୍ଲାର ଜିଲ୍ଲା କାର୍ଯ୍ୟାଳୟ ସହ ବ୍ଲକ, ତହସିଲ, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମେତ ଅନ୍ୟାନ୍ୟ ବିଭାଗରେ ଖାଲିଥିବା କନିଷ୍ଠ ବର୍ଗ ସହାୟକ ପଦବୀ ନିମନ୍ତେ ୫୨ ଜଣ ପ୍ରାର୍ଥୀଙ୍କୁ ଚୟନ କରିଥିଲେ । ଜିଲ୍ଲାପାଳ ଶ୍ରୀମତୀ ଅନ୍ୟା ଦାସ ଉପରୋକ୍ତ ଚୟନ ହୋଇଥିବା ନବନିଯୁକ୍ତ ୫୨ ଜଣଙ୍କ ମଧ୍ୟରୁ ୪୯ ଜଣଙ୍କୁ ଆଜି ଅପରାହ୍ନରେ କାର୍ଯ୍ୟାଳୟ ସଭାକକ୍ଷରେ କନିଷ୍ଠ ସହାୟକ ନିମନ୍ତେ ନିଯୁକ୍ତି ପତ୍ର ପ୍ରଦାନ କରି ନବନିଯୁକ୍ତଙ୍କ ଶୁଭ କାମନା କରିଛନ୍ତି । ସମସ୍ତ ନବନିଯୁକ୍ତ ନିଜ ନିଜର କର୍ମ କ୍ଷେତ୍ରରେ ସାଧୁତା ସହ ସ୍ୱଚ୍ଛତା ଅବଲମ୍ବନ ପୂର୍ବକ ନିଷ୍ଠାପର ଭାବେ ଜନସାଧାରଣଙ୍କୁ ସେବା ଯୋଗାଇବାକୁ ପରାମର୍ଶ ଦେଇଛନ୍ତି । ଏହି ନିଯୁକ୍ତି ପତ୍ର ପ୍ରଦାନ କାର୍ଯ୍ୟକ୍ରମ ଅବସରରେ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳୀନା ପ୍ରଧାନ, ଡେପୁଟି କଲେକ୍ଟର (ସଂସ୍ଥାପନା) ବିଶିକେଶନ ପ୍ରଧାନ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ, ବିଭାଗୀୟ ବରିଷ୍ଠ ସହାୟକ ସଂଜୀବ ମାହାଣା ପ୍ରମୁଖ ଉପସ୍ଥିତ ରହି ନବ ନିଯୁକ୍ତ କର୍ମକର୍ତ୍ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ଆସନ୍ତା ୧୫ ଦିନ ମଧ୍ୟରେ ସମସ୍ତ ପ୍ରାର୍ଥୀ ନିଜ ନିଜ ପାଇଁ ଉଦ୍ଧିଷ୍ଟ କାର୍ଯ୍ୟାଳୟରେ ଯୋଗଦାନ କରିବାକୁ ସୂଚୀତ କରାଯାଇଛି ।

Leave A Reply

Your email address will not be published.

four × one =