jsm

ରାବଣ ନିଧନ ସହ ସରିଲା ରାଇକେଡ଼ାର ରାମ ନବମୀ

csstore

ସୋନପୁର, (କେପିଏନ୍‌ଏସ୍‌) : ସୋନପୁର ଜିଲ୍ଲା ତରଭା ବ୍ଳକ ଅନ୍ତର୍ଗତ ରାଇକେଡ଼ା ଗାଁରେ ରାମଜୀ ଯୁବକ ସଙ୍ଘ ତରଫରୁ ବହୁ ଆଡ଼ମ୍ବରେ ଆୟୋଜିତ ହେଉଥିବା ରାମନବମୀ ଶେଷ ହୋଇଯାଇଛି । ଦୀର୍ଘ ୫୦ ବର୍ଷ ଧରି ଗ୍ରାମବାସୀ ପ୍ରଭୁ ଶ୍ରୀରାମଙ୍କ ଲୀଳା ନଅ ଦିନ ଧରି ନାଟକ ମାଧ୍ୟମରେ ପ୍ରସାରିତ କରି ଆସୁଛନ୍ତି । ଉଚ୍ଚକୋଟିର ଅଭିନୟ ସହ ଭକ୍ତିମୟ ପରିବେଶ ଶ୍ରଦ୍ଧାଳୁମାନଙ୍କୁ ଆକୃଷ୍ଟ କରିବା ସହ ଭିଡ଼ ଲାଗି ରହିଥିଲା । ଏହି ଅବସରରେ କମିଟିର ଜଣେ ଆଗଧାଡ଼ିର କଳାକାର ସ୍ୱର୍ଗତ ଗୋପୀନାଥ ମିଶ୍ରଙ୍କ ସ୍ମୃତିରେ ପ୍ରତିବର୍ଷ ଭଳି ଏହି ବର୍ଷ ମଧ୍ୟ ଜଣେ ଉଦ୍ୟମାନ କଳାକାରଙ୍କୁ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ତରଭା ଥାନାର ଭାରପ୍ରାପ୍ତ ଅଧିକାରୀ ପ୍ରସନ୍ନଜିତ ବେହେରା ଏବଂ କମସରା ଫାଣ୍ଡିର ବିଭୁ ବରାଳ ଅତିଥି ଭାବରେ ଯୋଗଦେଇଥିବା ବେଳେ ଅନୁଷ୍ଠାନର ସଂଯୋଜକ ତଥା ସାମାଜିକ କର୍ମୀ ସୋମନାଥ ମିଶ୍ର ସଂଯୋଜନା କରିଥିଲେ । କମିଟିର ପ୍ରୟୋଜକ ପ୍ରମୋଦ ମିଶ୍ର, ଚିତ୍ତରଞ୍ଜନ ମିଶ୍ର, ହରିହର ମିଶ୍ର ମଞ୍ଚରେ ମଂଚାସୀନ ଥିବାବେଳେ ବରିଷ୍ଠ କଳାକାର ନରେନ୍ଦ୍ର ମିଶ୍ରଙ୍କୁ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କମିଟିର ବାବୁଲୁ ମିଶ୍ର, ପ୍ରେମଲାଲ ମିଶ୍ର, ଦେବଦତ୍ତ ମିଶ୍ର, ସଚିନ ମିଶ୍ର, ଚୈତନ୍ୟ ରଣା, କୁଶଳେଶ୍ୱର କୁଅଁର, ଅନିଲ ମିଶ୍ର, ପ୍ରତ୍ୟୁଷ ମିଶ୍ର, ଆର୍ତତ୍ରାଣ ବେଦବାକ, ମୁନୁ ମିଶ୍ର, ମଙ୍ଗଳୁ ଝାଙ୍କର, ଜୟ ମିଶ୍ର, ଅମିତ ମିଶ୍ର, ରିକୁ ରଣା, ଯଦୁ ମିଶ୍ର, ପ୍ରଦୀପ ମିଶ୍ର, ଚରଣ ମିଶ୍ର, ସ୍ୱାଗତ ମିଶ୍ର, ଶରଣ ମିଶ୍ର, ପ୍ରହ୍ଲାଦ ମିଶ୍ରଙ୍କ ସହ ଶତାଧିକ ସଦସ୍ୟ ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.