ପଦ୍ମପୁରର ଜନ ସ୍ୱାସ୍ଥ୍ୟ ବିଭାଗର ନିଦ ଭାଙ୍ଗିବ କେବେ ?

ପଦ୍ମପୁର, (ନିରୋଜ କୁମାର ପାଣୀ) : ଏଇ କିଛି ଦିନ ତଳେ ପଦ୍ମପୁର ସହରର କଚେରୀ ସମ୍ମୁଖରେ ଥିବା ଓଭରହେଡ୍ ଟେଙ୍କ୍ ପରିସରର ଦୂରାବସ୍ଥାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ସମ୍ବାଦ ପ୍ରକାଶ ପାଇଥିଲା । କୋଶଳ ପ୍ରବାହ ନିଉଜ ପୋର୍ଟାଲ ମଧ୍ୟ ଏଇ ଖବର ପ୍ରସାରଣ କରିଥିଲା । ଆଶ୍ଚର୍ୟ୍ୟର ବିଷୟ ଅଦ୍ୟାବଧି ଏହି ପରିସରର ନା ପରିମଳ ବ୍ୟବସ୍ଥାକୁ ସୁଧାରିବାକୁ ନା ଭଙ୍ଗା ଫାଟକ ମରାମତି କରିବା ପାଇଁ ବିଭାଗୀୟ ଯନ୍ତ୍ରୀଙ୍କ ଦୃଷ୍ଟି ପଡିଛି । ଯଥା ପୂର୍ବ ତଥା ପରଂ ନ୍ୟାୟରେ ସବୁକିଛି ଚାଲିଛି । ରାଜ୍ୟ ସରକାର ଲୋକଙ୍କୁ ଠିକ୍ ଭାବେ ସେବା ଯୋଗାଇ ଦେବା ପାଇଁ ‘ମୋ ସରକାର’ ୫ଟି ପରି ଜନ ମଙ୍ଗଳ କାର୍ୟ୍ୟକ୍ରମ ଆରମ୍ଭ କରିଛନ୍ତି ସତ, ହେଲେ ସେ କାର୍ୟ୍ୟକ୍ରମକୁ ସଫଳ କରିବା ପାଇଁ ସରକାରୀ କର୍ମଚାରୀଙ୍କ ଆନ୍ତରିକତା ଆଦୌ ନ ଥିବା ଏଇ ଘଟଣାରୁ ଜଣାପଡୁଛି । ବିଭାଗୀୟ ଉଚ୍ଚ ଅଧିକାରୀ ତଥା ପଦ୍ମପୁର ଉପଜିଲ୍ଲାପାଳ ଦୃଷ୍ଟି ଦେବା ପାଇଁ ଜନ ସାଧାରଣ ଦାବୀ କରନ୍ତି ।

Leave A Reply

Your email address will not be published.