jsm

ବଲାଙ୍ଗିର ଜିଲ୍ଲାରେ ପଜିଟିଭ୍‌ ସଂଖ୍ୟା ୬ ହଜାର ଟପିଲା : ଆଜି ୬୬ ନୂଆ ଆକ୍ରାନ୍ତ, ବଲାଙ୍ଗିର ପୌରାଂଚଳରୁ ୧୦

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୬ ହଜାର ଟପିଥିବା ବେଳେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୬୦୧୨ ହୋଇଛି । ଆଶ୍ୱସ୍ତିର ବିଷୟ ଯେ, ସୁସ୍ଥତା ସଂଖ୍ୟା ୫୨୧୧ ରହିଛି ଏବଂ ମାତ୍ର ୭୭୨ ଜଣ ଏକ୍‌ଟିଭ୍‌ ଆକ୍ରାନ୍ତ ରହିଛନ୍ତି । ଆଜି ୬୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ପୌରାଂଚଳରୁ ୧୦ ଜଣ ଚିହ୍ନଟ ହୋଇଛନ୍ତି । ବଲାଙ୍ଗିର ପୌରାଂଚଳ ୱାର୍ଡ ନଂ.୫ରୁ ୨, ୭ରୁ ୨, ୧୫ରୁ ୨, ୧୮ରୁ ୧, ୧୯ରୁ ୨ ଏବଂ ୨୦ରୁ ୧ ଜଣ ସଂକ୍ରମିତ ହୋଇଛନ୍ତି । ଆଗଲପୁର ବ୍ଲକ୍‌ରୁ ରିଚନ୍‌ବଚନ ଗ୍ରା.ପ.ରୁ ୧, ଝରନିପାଲି ଗ୍ରା.ପ.ରୁ ୨, ନଅଗାଁ-ବି ଗ୍ରା.ପ.ରୁ ୧, ବଙ୍ଗୋମୁଣ୍ଡା ବ୍ଲକ ଭାଲୁମୁଣ୍ଡା ଗ୍ରା.ପ.ରୁ ୨, ଚାନ୍ଦୋତରା ଗ୍ରା.ପ.ରୁ ୩, ଝଲପ ଗ୍ରା.ପ.ରୁ ୧, ସିନ୍ଧେକେଲା ଗ୍ରା.ପ.ରୁ ୩, ବେଲପଡ଼ା ବ୍ଲକ୍‌ ସୁଲେକେଲା ଗ୍ରା.ପ.ରୁ ୧, ସଲଣ୍ଡି ଗ୍ରା.ପ.ରୁ ୩, ବାଲିଖମାର ଗ୍ରା.ପ.ରୁ ୧, ଦେଓଗାଁ ବ୍ଲକ୍‌ ଗାଇବାହାଲ ଗ୍ରା.ପ.ରୁ ୧, ସାରସମାଲ ଗ୍ରା.ପ.ରୁ ୧ ଓ ଲଣ୍ଡାପଥର ଗ୍ରା.ପ.ରୁ ୩, ଗୁଡ଼ଭେଲା ବ୍ଲକ୍‌ ବୀରମୁଣ୍ଡା ଗ୍ରା.ପ.ରୁ ୧ ଓ ଗୁଡ଼ଭେଲା ଗ୍ରା.ପ.ରୁ ୧, କଂଟାବାଂଜି ଏନ୍‌ଏସି ୱାର୍ଡ ନଂ.୨ରୁ ୧, ୬ରୁ ୧, ୯ରୁ ୨, ୧୬ରୁ ୧, ଖପ୍ରାଖୋଲ ବ୍ଲକ୍‌ ବଡ଼ବନ୍ଧ ଗ୍ରା.ପ.ରୁ ୧, ମୁରିବାହାଲ ବ୍ଲକ୍‌ ଡଙ୍ଗରପଡ଼ା ଗ୍ରା.ପ.ରୁ ୧, ଗଡ଼ଗଡ଼ବାହାଲ ଗ୍ରା.ପ.ରୁ ୧, ମୁରିବାହାଲ ଗ୍ରା.ପ.ରୁ ୩, ପାଟଣାଗଡ଼ ବ୍ଲକ୍‌ ଖୁଣ୍ଟସମଲେଇ ଗ୍ରା.ପ.ରୁ ୧, ପାଟଣାଗଡ଼ ଏନ୍‌ଏସି ୱାର୍ଡ ନଂ.୧ରୁ ୧, ୭ରୁ ୧, ପୁଇଁନ୍ତଲା ବ୍ଲକ୍‌ ଗଇଁନ୍ତଲା ଗ୍ରା.ପ.ରୁ ୧, ଖଲିଆପାଲି ଗ୍ରା.ପ.ରୁ ୧, ଛତାପିପଲ ଗ୍ରା.ପ.ରୁ ୧, ସଇଁନ୍ତଲା ବ୍ଲକ୍‌ ବିବିନା ଗ୍ରା.ପ.ରୁ ୨, କନ୍ଧକେଲଗାଁ ଗ୍ରା.ପ.ରୁ ୨, ଭଦ୍ରା ଗ୍ରା.ପ.ରୁ ୧, ଟିଟିଲାଗଡ଼ ଶଗଡ଼ଘାଟ ଗ୍ରା.ପ.ରୁ ୧, ଟିଟିଲାଗଡ଼ ମ୍ୟୁନିସିପାଲିଟି ୱାର୍ଡ ନଂ.୨ରୁ ୧, ୪ରୁ ୨, ୬ରୁ ୨, ୧୧ରୁ ୧, ତୁରେକେଲା ବ୍ଲକ୍‌ ଚାଉଲଶୁଖା ୱାର୍ଡ ନଂ.୧ ଜଣ ସଂକ୍ରମିତ ହୋଇଛନ୍ତି । ସରକାରୀ ସୂତ୍ରରେ ଏହି ସୂଚନା ପ୍ରଦାନ କରାଯାଇଛି ।

yuvodaya
Leave A Reply

Your email address will not be published.