ପାର୍ବଣ ବୋନସ୍‌ ଦାବୀ ନେଇ ପୂର୍ବତଟ ରେଲବାଇ ଶ୍ରମିକ ୟୁନିୟନ କଂଟାବାଂଜି ଏଡିଇଏନଙ୍କୁ ଦେଲା ଦାବୀପତ୍ର

କଂଟାବାଂଜି, (ମନିଶ କୁମାର ହଂସ) : ପୂର୍ବତଟ ରେଲବାଇ ଶ୍ରମିକ ୟୁନିୟନ କଂଟାବାଂଜି ଶାଖା ଦ୍ୱାରା ମଂଗଳବାର ଦିନ କଂଟାବାଂଜି ଏ.ଡି.ଇ.ଏନ.ଙ୍କୁ ଏକ ଦାବୀ ପତ୍ର ଦିଆଯାଇଛି । ଚଳିତ ବର୍ଷ କେନ୍ଦ୍ର ସରକାର ସାରା ଭାରତ ବର୍ଷରେ କାର୍ଯ୍ୟ କରୁଥିବା ରେଳ କର୍ମଚାରୀମାନଙ୍କୁ ପୂଜା ଭେଟି (ବୋନସ) ଦେବା ଘୋଷଣା କରି ନ ଥିବାରୁ ଏହାର ପ୍ରତିବାଦରେ କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟରେ ଦାବୀ ପତ୍ର ପ୍ରଦାନ କରାଯାଇଛି । ପୂର୍ବତଟ ରେଳବାଇ ସମ୍ବଲପୁର ଡିଭିଜନର କୋ-ଅର୍ଡିନେଟର ସୁନୀଲ କୁମାରଙ୍କ ନେତୃତ୍ରରେ ଶତାଧିକ ରେଳ କର୍ମଚାରୀ ଦାବୀ ପତ୍ର ଦେବାରେ ସାମିଲ ଥିଲେ । ଏହି ଦାବୀପତ୍ର ଦେବା ବେଳେ ପ୍ରବୀନ ବନଛୋର, ଜେ.ଓରାମ, କୃଷ୍ଣ ବାଗ, ସେଖ ରଫିଉଲ୍ଲା ସହ ଅନ୍ୟମାନେ ସାମିଲ ଥିଲେ ।

Leave A Reply

Your email address will not be published.