ଜଗଦଲପୁରରେ ନକଲି ମାଓବାଦୀ ଗିରଫ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଜଗଦଲପୁର ଥାନା ଅଂଚଳରେ ମାଓବାଦୀ ନାମରେ ଚାନ୍ଦା ଆଦାୟ କରୁଥିବା ବିଷୟ ମହଙ୍ଗା ପଡିଛି । ଲଉଡିଦର୍ହା ପ୍ରାଥମିକ କୃଷି ସମବାୟ ସମିତିର ସମ୍ପାଦକ ରାଧେଶ୍ୟାମ ଖର୍ସେଲଙ୍କୁ ଲାଲ ସଲାମ ସମ୍ବୋଧନ ଦେଇ ୫୦ହଜାର ଟଙ୍କା ଚାନ୍ଦା ଦେବାକୁ କହିଥିଲେ । ଯଦି ଟଙ୍କା ନ ଦେଲେ ମରଣକୁ ବରଣ କରିବୁ ବୋଲି ଧମକ ଦେଇଥିଲେ । ପ୍ରକୃତ ଲାଲ ସଲାମ ଗୋଷ୍ଠୀ କି ଅନ୍ୟ କେହି ମାଓବାଦୀ ନାମରେ ଚାନ୍ଦା ମାଗିଥିବା ସନ୍ଦେହ ହେବାରୁ ଜଗଦଲପୁର ପୋଲିସର ସହାୟତା ଲୋଡିଥିଲେ । ମୋବାଇଲ ଟ୍ରାକିଂରୁ ଯୁବକ ମାନଙ୍କୁ ଠାବ କରାଯାଇଥିଲେ । ସେମାନେ ମାଓବାଦୀ ନାମରେ ଧମକ ଦେଇଥିବା ସ୍ବୀକାର କରିଥିଲେ । ଅଭିଯୁକ୍ତମାନେ ହେଲେ ଜଟେଶିରା ଗ୍ରାମର ଦୀପେଶ ପ୍ରଧାନ, ସାନନ୍ଦ ସାହୁ, ଜାମପାଲି ଚଣ୍ତିଭଟାର ଆକାଶ ବାଗ । ଅଭିଯୁକ୍ତଂକ ବିରୁଦ୍ଧରେ ୩୮୭,୫୦୬,୫୦୭,୧୦୯,୬୬ ସି ଏଣ୍ତ ଡି ଆଇଟି ଦଫା ଲଗାଇ ଥାନା କେଶ ନଂ ୧୩୮/୨୦ରେ ମକଦ୍ଦମା ରୁଜ୍ଜୁ କରି କୋର୍ଟ ଚାଲାଣ କରିଛନ୍ତି । ଅଭିଯୁକ୍ତଙ୍କ କୌଶଳ କ୍ରମେ କାବୁ କରିଥିବା ପୁଲିସ ଟିମରେ ଥାନା ଅଧିକାରୀ ଲିଲିମା ଲଲିତା ବାର୍ଲା,ଏଏସଆଇ ସତ୍ୟାନନ୍ଦ ଭୋଏ, ହାବିଲଦାର ଜିତେନ୍ଦ୍ରିୟ ଦାଶ, ମାଧବୀ ପାଣ୍ତେ, ବ୍ୟାସଦେବ ସାହୁ ଓ ଅନ୍ୟମାନେ ଥିଲେ ।

Leave A Reply

Your email address will not be published.