pakka

ସୁଦପଡାରେ ଚଳନ୍ତା ପେଟ୍ରାଲ ଟ୍ୟାଙ୍କରରେ ଲାଗିଲା ନିଆଁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ସୁଦପଡା କଲ୍ୟାଣ ମଣ୍ଡପ ନିକଟରେ ଚଳନ୍ତା ପେଟ୍ରାଲ ଟ୍ୟାଙ୍କରରେ ନିଆଁ ଲାଗିଥିବା ଖବର ମିଳିଛି । ସୂଚନା ଅନୁସାରେ ପାରାଦ୍ୱୀପରୁ ଭାରତୀୟ ପେଟ୍ରୋଲିୟମର ଏକ ପୋଟ୍ରାଲ ଭର୍ତ୍ତି ଟ୍ୟାଙ୍କର କେସିଙ୍ଗାକୁ ଆସୁଥିବା ବେଳେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା । ଫଳରେ ଡ୍ରାଇଭର ଜଣକ ହଠାତ୍‌ ଗାଡିରୁ ଡେଇଁ ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ପରେ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଂଚି ୧ ଘଣ୍ଟାର ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଥିଲା ।

Leave A Reply

Your email address will not be published.

2 + nineteen =