pakka

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ହତ୍ୟା

ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଅନ୍ତର୍ଗତ ଜୁଡାମୁଣ୍ଡା ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କିଛି ଯୁବକ ଜଣେ ଯୁବକଙ୍କୁ ହତ୍ୟା କରିଥିବା ଖବର ମିଳିଛି । ହତ୍ୟାକାଣ୍ଡରେ ଶିକାର ହୋଇଥିବା ଯୁବକ ଜଣକ ହେଲେ ରୂପକ ହନୁମାନ । ସୂଚନା ଅନୁସାରେ ଜଡାମୁଣ୍ଡା ଗ୍ରାମରେ ଶନିବାର ରାତି ପ୍ରାୟ ୯ ଟା ସମୟରେ ମୃତ ରୂପକଙ୍କ ପାଖକୁ ବାରମ୍ବାର ଫୋନ୍‌ ଆସିଥବା ବେଳେ ସେ ଘରୁ ବହାରକୁ ଯାଇଥିଲେ । କିଛି ସମୟ ଯିବା ପରେ ରୂପକଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି ବୋଲି ସ୍ଥାନୀୟ ଯୁବକମାନେ ତାଙ୍କ ବଡ ଭାଇ ଦୀପକ ହନୁମାନକୁ ଫୋନ୍‌ କରି କହିଥିଲେ । ପରେ ରୂପକଙ୍କୁ ଉଦ୍ଧାର କରି ପ୍ରଥମେ ଲୋଇସିଂହା ଡାକ୍ତରଖାନା ପରେ ବଲାଙ୍ଗିର ଭୀମ ଭୋଇ ମେଡିକାଲକୁ ଅଣାଯାଇଥିଲା । କିନ୍ତୁ ଡାକ୍ତର ସେଠାରେ ରୂପକଙ୍କୁ ମୃତ ଘୋଷଣା କରିଥିଲେ ।

Leave A Reply

Your email address will not be published.

12 + 14 =