ଗଞ୍ଜାମରେ ନୂଆ ମହିଳା ଏଡିଏମଙ୍କ ଦାୟିତ୍ୱ ଗ୍ରହଣ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ କୋଭିଡ କାର୍ଯ୍ୟ ପରିଚାଳନା ଦିଗରେ ଦକ୍ଷତା ପ୍ରତିପାଦନ କରିବା ଏବଂ କୋଭିଡ଼ ମୁକାବିଲା କରିବା ନିମନ୍ତେ ରାଜ୍ୟ ସରକାର ଆଉ ଜଣେ ମହିଳା ଯୋଦ୍ଧାଙ୍କୁ ସାମିଲ କରାଇଛନ୍ତି, ସେ ହୋଉଛନ୍ତି ଲୀନା କୁମାରୀ ଖେସ୍ । ଗଞ୍ଜାମ ଜିଲ୍ଲାରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ ପ୍ରଶାସନ) ଭାବେ ମଙ୍ଗଳବାର ସକାଳେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଶ୍ରୀମତୀ ଖେସ ଏହା ପୂର୍ବରୁ ସୁନ୍ଦରଗଡ଼ ଜିଲ୍ଲାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଡେପୁଟି କଲେକ୍ଟର ରୂପେ କାର୍ଯ୍ୟ କରୁଥିଲେ । ୧୯୯୭ ବ୍ୟାଚର ଏହି ମହିଳା ଓଏଏସ ଅଫିସର ୧୯୯୯ ମସିହାରେ ସୁନ୍ଦରଗଡ଼ ଡେପୁଟି କଲେକ୍ଟର ରୂପେ କାର୍ଯ୍ୟ ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ସେ ସମ୍ବଲପୁର ଓ ଝାରସୁଗୁଡ଼ା ଜିଲ୍ଲାରେ ତହସିଲଦାର ଭାବେ କାର୍ଯ୍ୟ କରିଥିଲେ । ଗଞ୍ଜାମ ଜିଲ୍ଲାରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ କୋଭିଡ ମୁକାବିଲା କାର୍ଯ୍ୟକ୍ରମର ସେ ସୂଚାରୁ ରୂପେ ତୁଲାଇବେ ବୋଲି ଗଣମାଧ୍ୟମ ଆଗରେ ସୂଚନା ଦେଇଛନ୍ତି। ଏହି ପଦବୀରେ ଥିବା ଅତିରିକ୍ତ ଜିଲ୍ଲାପାଳ ଭାବେ କାର୍ଯ୍ୟ କରୁଥିବା କବିନ୍ଦ୍ର କୁମାର ସାହୁ ଭୂବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ସଚିବ ଭାବେ ବଦଳି ହୋଇଛନ୍ତି । ବୁଧବାର ଦିନ ଛତ୍ରପୁର ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ରାଳୟ ପରିସରରେ ଥିବା ସଦଭାବନା ସମ୍ମିଳନୀ କକ୍ଷରେ କବିନ୍ଦ୍ର କୁମାର ସାହୁଙ୍କୁ କୋଭିଡ କଟକଣା ପାଳନ ପୂର୍ବକ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି ।

Leave A Reply

Your email address will not be published.

thirteen + twelve =