ଦୂଷିତ ପାଣି : ପ୍ରଶାସନ ନୀରବ

ପଦ୍ମପୁର, (ନିରଂଜନ ତ୍ରିପାଠୀ) : ସଦାସର୍ବଦା ବରଗଡ ଜିଲ୍ଲା ପଦ୍ମପୁରରେ ପି.ଏଚ.ଡି. ବିଭାଗର ଦୂଷିତ ପାଣି ସପ୍ଲାଇର ଖବର ବିଭିନ୍ନ ସମୟରେ ଅନେକ ସଂବାଦପତ୍ର, ଭିଜୁଆଲ୍‌ ମିଡିଆରେ ପ୍ରକାଶିତ ହୋଇ ଆସୁଥିଲେ ସୁଦ୍ଧା ବିଭାଗୀୟ କର୍ମଚାରୀମାନଙ୍କ ପାରିବା ପଣିଆ ଆଜି ପୁଣି ପଦାରେ ପଡି ବାଟରେ ଗଡୁଛି । ସହରର ରଜାପଡାର ହାଲତ ସଂଗୀନ । ଏଠାକାର ପଡାବାସିନ୍ଦା ସପ୍ଲାଏ ପାଣି ଟୋପାଏ ମଧ୍ୟ ପାଇ ପାରୁନାହାନ୍ତି । ଅଧିକାରୀମାନଙ୍କୁ ପଚାରିଲେ କହନ୍ତି, ଲୋ’ ଭୋଲଟେଜ କାରଣରୁ ପାଣି ସପ୍ଲାଇ ହୋଇ ପାରୁନି । ନିଜ ଅଠା ଅନ୍ୟ ମୁଣ୍ଡରେ ବୋଳି ସମୁଦ୍ରପାର ହେବାରେ ଏମାନେ ମାହିର୍ ବୋଲି ଆଲୋଚନା ହୁଏ । ବହୁଦିନରୁ ମାଟିତଳେ ପୋତା ଯାଇଥିବା ପାଇପଗୁଡାକ ପୁରୁଣା ହେବା କାରଣରୁ ନଷ୍ଟ ହେବା ଦ୍ୱାରା ବିଭିନ୍ନ ସ୍ଥାନମାନଙ୍କରେ ପାଣି ପାଇପ ଫାଟି ଏଭଳି ଦୂଷିତ ଜଳ ଯୋଗାଣ ଏହାର ମୁଖ୍ୟକାରଣ ଅଟେ । ଆଜକୁ ୧୦ ଦିନ ହେଲା ପଦ୍ମପୁର ସ୍ଥିତ ରାଜ ବୋଡାସମ୍ବର ହାଇସ୍କୁଲ ପଡିଆ ସମ୍ମୁଖରେ ଯାଇଥିବା ପାଣି ପାଇପ ଫାଟି ଜଳମଗ୍ନ ହେବାରେ ଲାଗିଲାଣି । ପ୍ରଶାସନର ଆଖି ଥାଇ ନୀରବଦ୍ରଷ୍ଟା । ଏହାର ଆଶୁ ସମାଧାନ ପାଇଁ ବିଜ୍ଞାପିତ ଅଂଚଳ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଧ୍ୟାନ ଦେବାକୁ ଜନସାଧାରଣରେ ଦାବୀ ହୁଏ ।

Leave A Reply

Your email address will not be published.