ଯେତେ ଗୁହାରୀ କଲେ ବି ନେଇଁ ଶୁନ୍‌ବାର୍‌ ମୋର୍‌ ଦୁଖ୍‌

ତୁରେକେଲା, (କୈଳାଶ ସଗ୍ରିଆ) : ଯେତେ ଗୁହାରୀ କଲେ ବି ମୋର୍‌ ଦୁଖ୍‌ କିହେ ନେଇଁ ଶୁନ୍‌ବାର ବଲି ବଡ଼ା ଗୁଲ୍‌ଗୁଲା ହେଇ କହିଛନ୍‌ ତୁରେକେଲା ବ୍ଲକ୍‌ ମହୁଲବାହାଲି ଗ୍ରା.ପ.ର ପହରିଆପଡ଼ାର ସୁମତି ଷାଣ୍ଢ(୨୬) । ସୁମତି ଷାଣ୍ଢ ଶାରୀରିକ ଭାବେ ଅକ୍ଷମ ବଲି ବିକଳାଙ୍ଗ ଡାକ୍ତରୀ ସାର୍ଟିଫିକେଟ୍‌ ବି ଅଛେ ତାକର୍‌ଠାନେ । ହେଲେ ସେ ବିକଳାଙ୍ଗ ଭତ୍ତା ନେଇଁ ପାଏବାର୍‌ । ମାଁବୁଆ ଖୋବ୍‌ ଗରିବ୍‌ । ତାକର୍‌ ଉପରର୍‌ ଦୁଇଟା ନାନୀ ବିହା ବର୍‌ପନ୍‌ ହେଇ ଖଟିଗଲେନ’ । ମାତର୍‌କ’ ଶାରୀରିକ ଭାବେ ଅକ୍ଷମ ହେଇଥିବାର କାରନ୍‌ ନୁଁ ଏଭେ ବି ସୁମତି ଛୁଆ ମେତାନ୍‌ ଦିଶୁଛନ୍‌ ଆର୍‌ ଗରିବ୍‌ ମାଁବୁଆ ଉପ୍‌ରେ ବୋଝ୍‌ ହେଇଛନ୍‌ । ତାହାକୁଁ ସର୍‌କାରୀ ଭତ୍ତା ମିଲ୍‌ଲେ ଟିକେ ଜୀଇଁବାର୍‌ ଖାଏବାର୍‌ ବାଟ୍‌ ପାଇ ଯାଏତେ ବଲି କହିଛନ୍‌ ସେ । ସରକାରୀ ଭତ୍ତା ଲାଗି ସେ ପଞ୍ଚାୟତ ଆର୍‌ ବ୍ଲକ୍‌ ଅଫିସ୍‌ ନେ ବି କେତେଥର୍‌ ଗୁହାରୀ କରିଛନ୍‌ । ହେଲେ ତାକର୍‌ ଦୁଖ୍‌ କିହେ ନେଇଁ ଦେଖ୍‌ବାର୍‌ ବଲି ବଡ଼ା ଦୁଖ୍‌ମନା ବି ହେଇଛନ୍‌ ସୁମତି । ସୁମତି କେ ସରକାରୀ ସୁବିଧା ସୁଯୋଗ ଦିଆଯାଉ ବଲି ଦାବୀ କରିଛନ୍‌ ଗାଁର୍‌ ଲୋକ୍‌ମାନେ ।

Leave A Reply

Your email address will not be published.