jayashree

ରାଜ୍ୟସ୍ତରୀୟ କୋଶଲି ନାଟବାଦୀ ମାର୍ଚ୍ଚ ୧୮ରୁ ଆରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସଦାଇପାଲି ସାଇଟ୍‌ କଲେଜ ରାଧାକୃଷ୍ଣ ରଙ୍ଗମଞ୍ଚରେ ଆସନ୍ତା ମାର୍ଚ୍ଚ ୧୮ ରୁ ୨୧ ପର୍ଯ୍ୟନ୍ତ ରାଜ୍ୟସ୍ତରୀୟ ମହାକୋଶଲ କୋଶଲୀ ନାଟ୍‌ବାଦୀ-ନାଟ୍‌ଯାତ୍‌ରା ଅନୁଷ୍ଠିତ ହେବ । ଏଥିପାଇଁ ଆଜି ସାଇଟ୍‌ କଲେଜ ସଂପାଦକ ନାରାୟଣ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ବସିଥିଲା । ବୈଠକରେ ତିନୋଟି କୋଶଲୀ ନାଟକ ଓ ତିନୋଟି ଲୀଳାନାଟକ ପ୍ରଦର୍ଶିତ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହାକୁ ସଫଳ ଭାବରେ ଆୟୋଜନ କିରବା ପାଇଁ ବିଭିନ୍ନ ସବ୍‌-କମିଟୀ ଗଠନ କରାଯାଇଛି । ଆୟୋଜକ କମିଟୀରେ ସଂପାଦକ ନାରାୟଣ ପ୍ରସାଦ ମିଶ୍ର, ଇଂଜିନିୟରିଂ ବିଭାଗର ପ୍ରିନସିପାଲ ନମିତା ପଟେଲ, ନର୍ସିଂ ଅଧ୍ୟକ୍ଷା ସ୍ନିଗ୍‌ଧାମିନତୀ ଦାନୀ, ବିଶିଷ୍ଟ ସଂଗଠକ ହରିନାରାୟଣ ପୁଜାରୀ, ହିମାଂଶୁ ପାଢୀ, ରାମ ପ୍ରସାଦ ଦାଶ ତଥା ନିର୍ଦ୍ଦେଶକ ପ୍ରଶାନ୍ତ ଖମାରୀ ଥିବା ବେଳେ ଷ୍ଟେଜ୍‌ କମିଟୀରେ ଅଧ୍ୟାପକ ଅଶୋକ ପଧାନ, ପ୍ରେମାନନ୍ଦ ସାଏ, ପ୍ରତାପ ଯୋଶୀ, ଶାନ୍ତନୁ ମିଶ୍ର ଆଦି ପ୍ରମୁଖଙ୍କୁ ରଖାଯାଇଛି । ସେହିପରି ଅଭ୍ୟର୍ଥନା କମିଟୀରେ ଆଦିତ୍ୟ ପଟ୍ଟନାୟକ, ଲୋକନାଥ ସିଂହ, ବୁଲୁ ମିଶ୍ର, ପ୍ରହ୍ଲାଦ ଦର୍ଜି, ଡ. ପ୍ରମୋଦ କୁମାର ମିଶ୍ରଙ୍କୁ ଦାୟୀତ୍ୱ ଦିଆଯାଇଛି । ଇଚ୍ଛୁକ ନାଟ୍ୟଦଳ ଅତିଶୀଘ୍ର ଉପଦେଷ୍ଟା ଡ. ଶ୍ରୀକର ମିଶ୍ରଙ୍କୁ ଯୋଗାଯୋଗ କରିବାପାଇଁ ନାଟ୍ୟଦଳମାନଙ୍କୁ ଅନୁରୋଧ କରାଯାଇଛି ।

Leave A Reply

Your email address will not be published.

error: Content is protected !!