csstore

ସର୍ବ ପୁରାତନ ନାଟକ ମହିଷା ମର୍ଦ୍ଦିନୀ ମଂଚସ୍ଥ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ସର୍ବ ପୁରାତନ ରାମଜୀ ନାଟକ ସଂସଦ ପକ୍ଷରୁ ନହିଷା ବର୍ଦ୍ଦିନୀ ନାଟକ ମଂଚସ୍ଥ ହୋଇଯାଇଛି । ଗୁରୁ ବାଲମୁକୁନ୍ଦ ବେହେରା ମଂଚ ପୂଜା କରିଥିବା ବେଳେ ପରିଚାଳନା କରିଥିଲେ ଶ୍ରୀୟା ପଟେଲ । ସର୍ବଜାନୀନ ଦୁର୍ଗାପୂଜା ଉପଲକ୍ଷେ ରାମଜୀ ନାଟକ ସଂସଦ ପୂର୍ବ ବର୍ଷ ରାମଲିଳାର ଆୟୋଜନ ହୋଇଥିଲା । ଗତ ବର୍ଷ ସାବିତ୍ରି ସତ୍ୟବାନ ମଂଚସ୍ଥ ହୋଇଥିବା ବେଳେ ଦଶହରା ଉପଲକ୍ଷେ ମହିଷା ମର୍ଦ୍ଦିନୀ ପରିଚିତ ହୋଇଥିଲା । ଏହି ନାଟକରେ ଅଭୀନୟ କରିଥିବା କଳାକାରମାନେ ହେଲେ ଡା. ରୁଦ୍ରନାରାୟଣ ପଟେଲ, ଦୁର୍ଗା ମାନସ ରଞ୍ଜନ ସାହୁ, ଦେବେଶ ଦର୍ଜୀ, ରାଜେଶ ସ୍ୱାଇଁ, କୁମୁଦ ନାୟକ, ଅମିତ ବେହେରା, ଲଲିତ ପୁଝାରୀ, ଜିତେନ୍ଦ୍ର ବଢିଆ, ଆନନ୍ଦକୁମାର ମିଶ୍ର, ଅରୁଣ କୁମାର ରାଉତ, ସଞ୍ଜିବ ସାହାଣୀ, ରାଜେଶ ସ୍ୱାଇଁ, ଘନଶ୍ୟାମ ସାଏ, ସୁବ୍ରତ ପଟ୍ଟନାୟକ, ଚିଦାନନ୍ଦ ବେହେରା, ଶେଲିନ କୁମାର ବାବୁ, ଜୟନ୍ତ ନାଏକ, ସତ୍ୟ ଚୋପଦାର, ଅମିତ ବେହେରା, ଗୋପାଳ ମିଶ୍ର, ଟିକୁ ବରିହା, ଦୁଷ୍ମନ୍ତ ପଟେଲ, ରାମପ୍ରସାଦ ସାହୁ, ପ୍ରିତମ ପଟେଲ, ହିମାଂଶୁ ଯୋଷୀ, ଝସକେତନ ବେହେରା ଓ କ୍ଷେତ୍ର ବନଛୋର ପ୍ରମୁଖ ଅଭୀନୟ କରିଥିଲେ । ସେହିପରି ବାଦ୍ୟରେ କୁଷ ଭୌଇ, ଦିପକ ଷଢଙ୍ଗୀ, ଦିଲ୍ଲୀପ କୁମାର ସିଂଦେଓ, ପିତବାସ ବେହେରା, ଗୁଣନିଧି ବେହେରା, ଶ୍ରୀକାନ୍ତ ଦାସ ଓ ଗାୟକରେ ବସୁଦେବ ବେହେରା, ସୁଶାନ୍ତ ଚୋପଦାର ପ୍ରମୁଖ ସହେଯାଗ କରିଥିଲେ ।

jayashree
Leave A Reply

Your email address will not be published.