ଜୋନ୍ ନମ୍ୱର ୧୪ ଜିଲ୍ଲାପରିଷଦ, ସ୍ୱାଧୀନ ପ୍ରାର୍ଥିନୀ ଭାବେ ଗିତାଦେବୀ ଦୁବେ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ୧୪ ନମ୍ୱର ଜୋନ୍‌ର ସ୍ୱାଧିନ ପ୍ରାର୍ଥିନୀ ଭାବେ ସିନାପାଲି ସ୍ଥିତ ବ୍ରାହ୍ମଣ ପଡାର ଗୀତାଦେବୀ ଦୁବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଶ୍ରୀମତୀ ଦୁବେ +୨ ପାଠପଢା ପରେ ବ୍ରାହ୍ମଣପଡାରେ ବିବାହ କରି ସମାଜସେବୀ ଭାବେ ବେଶ୍‌ ଜଣାସୁଣା ରହିଛନ୍ତି । ଶ୍ରୀମତୀ ଦୁବେ ଗ୍ରାମର ଇଷ୍ଟଦେବୀଙ୍କ ଦର୍ଶନ କରି ଗ୍ରାମବାସୀଙ୍କ ଆଶୀର୍ବାଦ ନେଇ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ସେ ଉକ୍ତ ଜୋନ୍‌ର ବିଭିନ୍ନ ସମସ୍ୟା ତଥା ଅଞ୍ଚଳର ବିକାଶ ସମେତ ସୁଖଦୁଃଖରେ ସବୁବେଳେ ରହିଛି, ରହିବି ବୋଲି ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

4 × 4 =