csstore

୫୬ ବର୍ଷ ଶ୍ରୀରାମଲୀଳା ନାଟକୋତ୍ସବ ପୂର୍ତ୍ତି ଉପଲକ୍ଷେ ୨୪ ପ୍ରହରୀ ନାମଯଜ୍ଞ ପାଇଁ କଳସ ଯାତ୍ରା ସମ୍ପନ୍ନ, ଆଜି ନାମରମ୍ଭ

ଦେଓଗାଁ, (ମନୀଷ କୁମାର ସାହୁ) : ଗୁଡ଼ଭେଲା ବ୍ଲକ ଅନ୍ତର୍ଗତ ବଡ଼ଙ୍ଗୋମୁଣ୍ଡା ପଞ୍ଚାୟତ ଟେବଡ଼ାମୁଣ୍ଡା ଗାଁର ରାମଜୀ କମିଟି ଓ ଗ୍ରାମବାସୀଙ୍କ ଉଦ୍ୟମରେ ଦୀର୍ଘ ୫୬ ବର୍ଷ ହେଲା ଅନବରତ ଭାବେ ପ୍ରତିବର୍ଷ ଅତି ଶାନ୍ତି ଶୃଙ୍ଖଳା ଓ ଧର୍ମଭାବ ନେଇ ଶ୍ରୀରାମଲୀଳା ନାଟୋକତ୍ସବ ପାଳନ କରିଥିବାରୁ ଚଳିତ ବର୍ଷ ଶ୍ରୀରାମଲିଲା ନାଟକ ସହ ଚବିଶ ପ୍ରହରୀ ନାମଯଜ୍ଞ ଆଜି ଆରମ୍ଭ ହେବ । ସୋମବାର ସନ୍ଧ୍ୟାରେ କଳସଯାତ୍ରା ସହ ଅଧିବାସ ପୂଜା ହୋଇଯାଇଛି । ଏହି ପବିତ୍ର କାର୍ଯ୍ୟକ୍ରମରେ ଶ୍ରୀରାମ ମନ୍ଦିରର ସ୍ଥାୟୀ ପୂଜକ ଗଜେନ୍ଦ୍ର ମିଶ୍ର ପୂଜକ ଦାୟିତ୍ୱ ନେଇଥିବା ବେଳେ ଶ୍ରୀମତୀ ନିଳାଦ୍ରୀ ମେହେର ଓ ଶଙ୍କର ମେହେର କର୍ତ୍ତା ଦାୟିତ୍ୱ ନେଇଛନ୍ତି । କାର୍ଯ୍ୟକ୍ରମକୁ ସୁପରିଚାଳନା କରିବା ପାଇଁ ଗାଁର କଳାର ମେହେରଙ୍କୁ ସଭାପତି ଦାୟିତ୍ବ ଦିଆଯାଇଥିବା ବେଳେ କୁନୁ ମେହେର, ସୁଶୀଲ ମେହେର, ରଘୁମଣୀ ମେହେର, କୃପାସିନ୍ଧୁ ମେହେର, ମନୋଜ ମେହେର, ଅଶୋକ ମେହେର, ରୋହିତ ମେହେର, ଚନ୍ଦ୍ରଧ୍ୱଜ ମେହେର ତଥା ଗ୍ରାମବାସୀଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଅନୁଷ୍ଠିତ ହେଉଥିବା କମିଟି ପକ୍ଷରୁ ସୂଚନା ଦିଆଯାଇଛି ।

jayashree
Leave A Reply

Your email address will not be published.