pakka

ଅଧାପନ୍ତରିଆ ହୋଇ ପଡ଼ିରହିଛି କୁଟାସିଂହା ଅଙ୍ଗ ନଦୀର ସେତୁ

bbehera
  • ସେତୁ ସମ୍ପୂର୍ଣ୍ଣ ନ ହେଲେ ଆଗାମୀ ଦିନରେ ଭୋଟ ବର୍ଜନ ଚେତାବନୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ୍ ଅନ୍ତର୍ଗତ କୁଟାସିଂହା ଅଞ୍ଚଳ ବଲାଙ୍ଗିର ଜିଲ୍ଲାର ଓ ବ୍ଲକର ସୀମାନ୍ତରେ ଥିବା ଅଞ୍ଚଳ ଏକ ଅବହେଳିତ ଅବସ୍ଥାରେ ଚିର ପରିଚିତ । ଦୀର୍ଘ ବର୍ଷ ପରେ ରାଜ୍ୟ ସରକାର ଏ ଅଞ୍ଚଳକୁ ଦୃଷ୍ଟି ଦେଇଛନ୍ତି । ଗତ ୨୦୧୯ ନିର୍ବାଚନ ସମୟରେ ପୂର୍ବତନ ସାଂସଦ(ରାଜ୍ୟସଭା) କଳିକେଶ ନାରାୟଣ ସିଂହଦେଓ ଓ ପୂର୍ବତନ ବିଧାୟକ ଯୋଗିନ୍ଦ୍ର ବେହେରା ତା ୭.୩.୨୦୧୯ ରେ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ରାଜ୍ୟ ସରକାରଙ୍କ ତଥା ପୂର୍ତ୍ତ ବିଭାଗ ତରଫରୁ ନିର୍ମାଣକାରୀ ସଂସ୍ଥା ଭାବେ ଆଶୀର୍ବାଦ କନଷ୍ଟ୍ରକ୍ସନକୁ ଚୟନ କରିଥିଲେ । ଏଥିପାଇଁ ଅଟକଳ ପରିମାଣ ୩୫,୯୩,୯୭ ଲକ୍ଷ ଥିଲା । ରାଜ୍ୟ ସରକାରଙ୍କ ରାସ୍ତା ଓ ଗୃହ ନିର୍ମାଣ ବିଭାଜନ ପକ୍ଷରୁ ତ। ୩.୩.୨୦୨୪ ରେ ସମାପ୍ତ କରିବାକୁ ଚୁକ୍ତି ଥିବା ବେଳେ ବର୍ତ୍ତମାନ ସୁଦ୍ଧା ଏହା ସମ୍ପୂର୍ଣ୍ଣ ହୋଇନଥିବା କୁଟାସିଂହା ଅଞ୍ଚଳବାସୀଙ୍କ ପାଇଁ ଦୁଃଖ ଓ ପରିତାପର ବିଷୟ ବୋଲି ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।

jay balangir
Leave A Reply

Your email address will not be published.

seven + 4 =