ls

ଓସିଏ ଭିଜନ ୨୦୨୪ : ନବକିଶୋର କ୍ଳବ ବିଜୟୀ

2020

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଗାନ୍ଧି ଷ୍ଟାଡିୟମଠାରେ ଆୟୋଜିତ ଓସିଏ ଭିଜନ ୨୦୨୪ ସିନିୟର ଇନ୍‌ଟ୍ରାକ୍ଳବ ସୁପରଲିଗ୍‌ କ୍ରିକେଟ ପ୍ରତିଯୋଗିତାରେ ନବକିଶୋର କ୍ଳବ ବିଜୟୀ ହୋଇଛି । ଆଜିର ପ୍ରତିଯୋଗିତା ନବକିଶୋର କ୍ଳବ ଓ ପାଟଣାଗଡ କ୍ରିକେଟ କ୍ଳବ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପାଟଣାଗଡ ଦଳ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରି ୩୫.୩ ଓଭରରେ ସମସ୍ତ ୱିକେଟ ହରାଇ ୧୬୮ ରନ୍‌ ସ୍କୋର କରିଥିଲେ । ଦଳ ତରଫରୁ ସୁମନ ପଟ୍ଟନାୟକ ସର୍ବାଧିକ ୬୦ ଓ ହର ବେନ୍ତାକର ୨୬ ରନ୍‌ କରିଥିଲେ । ନବକିଶୋର ଦଳ ପକ୍ଷରୁ ବାବୁଲୁ ସେଠୀ ୪ ଓ ଗୋଲକ ବିହାରୀ ୨ ଗୋଟି ୱିକେଟ ଅକ୍ତିଆର କରିଥିଲେ । ୧୬୯ ରନ୍‌ର ଲକ୍ଷକୁ ପିଛା କରିବାକୁ ଯାଇ ନବକିଶୋର କ୍ଳବ ୩୧.୫ ଓଭରରେ ୩ ୱିକେଟ ବିନିମୟରେ ୧୭୨ ରନ୍‌ ସଂଗ୍ରହ କରିବା ସହ ୭ ୱିକେଟରେ ମ୍ୟାଚ ବିଜୟୀ ହୋଇଥିଲେ । ପାଟଣାଗଡ ଦଳ ପକ୍ଷରୁ ସାଗର ପରୁଆ ୨ ଗୋଟି ୱିକେଟ ଅକ୍ତିଆର କରିଥିଲେ । ନବକିଶେର ଦଳର ବାବୁଲୁ ସେଠୀଙ୍କୁ ତାଙ୍କର ବୋଲିଂ ପ୍ରଦର୍ଶନ ପାଇଁ ଆଜିର ଶ୍ରେଷ୍ଠ ଖେଳାଳୀ ଘୋଷିତ କରାଯାଇଥିଲା । ଏହି ମ୍ୟାଚକୁ ଓସିଏ ମାନ୍ୟତା ପ୍ରାପ୍ତ ଅମ୍ପାୟାର ପୃଥ୍ୱୀରାଜ ମିଶ୍ର ଓ ରାଜେନ୍ଦ୍ର ସେଠ୍‌ ପରିଚାଳନା କରିଥିବା ବେଳେ ସୁଭମ ନାଏକ ଓ ସ୍ୱାଗତ ସ୍କୋରର ଦାୟିତ୍ୱ ତୁଲାଇଥିଲେ ।

Leave A Reply

Your email address will not be published.