csstore

ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟିନେଲେ ଦୁଇ ଲକ୍ଷ ତିରିଶ ହଜାର ଟଙ୍କା

ବାଲେଶ୍ୱର : ବାଲେଶ୍ୱର ଜିଲା ନୀଳଗିରି ଥାନା ଅଧୀନ ମିରିଗିଣି ନିକଟରେ ଜଣେ ଯୁବକଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଦୁଇ ଲକ୍ଷ ତିରିଶ ହଜାର ଟଙ୍କା ଲୁଟି ନେଇଥିବା ଖବର ମିଳିଛି । ସୂଚନା ଅନୁସାରେ ଆଜି ଟଣକା ଗାଁର ଶ୍ରୀକାନ୍ତ ମଲ୍ଲିକ ଏକ ପାୱାର ଟିଲର କିଣିବାକୁ ଦୁଇ ଲକ୍ଷ ତିରିଶ ହଜାର ଟଙ୍କା ଧରି ପଞ୍ଚଲିଙ୍ଗେଶ୍ୱର – ନୀଳଗିରି ରାସ୍ତାରେ ଯାଉଥିବା ବେଳେ ମିରିଗିଣି ରାସ୍ତା ନିକଟରେ ଗୋଟିଏ ବାଇକରେ ତିନିଜଣ ଦୁର୍ବୁତ୍ତ ଆସି ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଶ୍ରୀକାନ୍ତଙ୍କ ଜାମା ଭିତରେ ଲୁଚାଇ ରଖିଥିବା ଟଙ୍କାକୁ ଝାମ୍ପି ନେବା ସହ ତାଙ୍କ ମୋବାଇଲ ଫିଙ୍ଗି ବାଇକ ଚାବି ଖୋଲି ନେଇଥିଲେ । ଲୁଟର ଶିକାର ହୋଇଥିବା ଯୁବକ ନିକଟସ୍ଥ ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି । ପୋଲିସ ତଦନ୍ତ ଜାରି ରଖିଛି ।

jayashree
Leave A Reply

Your email address will not be published.